ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

0

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ନିର୍ଦ୍ଧାରିତ ସମୟ ଦିନ ୧୦ଟା ୩୭ ମିନିଟ୍ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର।

ସୂଚନାନୁଯାୟୀ , ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ  । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ ମୁଖର । ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଲାଣି । ଲୋକେ କାହିଁ ଦେଶ ବିଦେଶରୁ ନିଜ ନିଜ ଘରକୁ ଆସିଲେଣି । ଘରେ ନିଜ ପରିବାର ସହ ମିଶି ପାଳିବେ ନୂଆଖାଇ । ନିଜ ପରିବାର , କୁଟୁମ୍ବଙ୍କ ସହ ମିଶି ପାଳନ ହେବ ନୂଆଖାଇ ।