ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଧିରେ ଧୀରେ ବଢିବାରେ ଲାଗିଛି । ସଂପ୍ରତି ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ତାଙ୍କ ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମୋଦି ସରକାର ଇତିମଧ୍ୟରେ ୮ ବର୍ଷ ପୂରଣ କରିସାରିଛନ୍ତି । ତେବେ ତାଙ୍କ ଶାସନ କାଳ ମଧ୍ୟରେ ମହାମାରୀ କରୋନା, କୃଷକ ଆନ୍ଦୋଳନ ସିଏଏ ଭଳି ସଙ୍କଟର ସାମ୍ନା କରିବାକୁ ପଡିଛି । ଏହାଛଡା ରାମ ମନ୍ଦିର ନିର୍ମାଣ କାଶ୍ମୀରରୁ ୩୭୦ ଧାରା ହଟାଇବା ଭଳି ପରିସ୍ଥତି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ମନେ ହେଉଥିଲେ ମଧ୍ୟ ତାହା ସେତେଟା ଚ୍ୟାଲେଞ୍ଜ ସୃଷ୍ଟି କରିନଥିଲା । ସରକାର ପୁଣି ଥରେ ଏଭଳି ସ୍ଥିତିରେ ଅଛନ୍ତି ସମ୍ପୃକ୍ତ ଘଟଣା ତାଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ରହିଛି । ନୁପୂର ଶର୍ମାଙ୍କ ମନ୍ତବ୍ୟ ଏବଂ ପରବର୍ତ୍ତୀ ପରିସ୍ଥିତିରେ ରୁଷିଆ ୟୁକ୍ରେନ୍ ଯୁଦ୍ଧ, ଚୀନ୍-ପାକିସ୍ତାନ ମିଳିତ ମଞ୍ଚ, ସରକାର – ବିରୋଧୀଙ୍କ ମଧ୍ୟରେ ବିଶ୍ୱାସର ଅଭାବ ଏବଂ ଦଳ ଓ ସରକାର ମଧ୍ୟରେ ସମନ୍ୱୟ ଭଳି ପରିସ୍ଥିତି ମୋଦୀ ସରକାରଙ୍କ ଆଗରେ ଅନେକ ଆହ୍ୱାନ ସୃଷ୍ଟି କରିଛି । ତେବେ ସମ୍ପୃକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦି ନୀରବ ରହିଛନ୍ତି । ଯାହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପ୍ରଧାନନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସମ୍ପୃକ୍ତ ଘଟଣାରେ ପ୍ରଧାନମନ୍ତ୍ରୀ ନୀରବ ରହିବା ଘଟଣାକୁ ସମର୍ଥନ କରିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି । ଶ୍ରୀମତୀ ଶର୍ମାଙ୍କ ମନ୍ତବ୍ୟ ପରେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ତାଙ୍କ ମନ୍ତବ୍ୟ ମୁସଲମାନ ଏବଂ ମୁସଲମାନ ଦେଶକୁ କ୍ରୋଧିତ କରିଥିଲା ।