(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ୍ ଜହାଁ କୋଲକାତାରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହୋଇଛନ୍ତି । ରଥଯାତ୍ରାରେ ନୁସରତଙ୍କୁ ମୁଖ୍ୟଅତିଥି ରୁପେ ନିମନ୍ତ୍ରଣ କରାଯାଇଥିଲା । ନୁସରତଙ୍କ ସ୍ୱାମୀ ନିଖିଲ୍ ଜୈନ୍ ମଧ୍ୟ ସାମିଲ ହୋଇଛନ୍ତି । ନୁସରତ୍ ମୁଣ୍ଡରେ ଓଢଣା,ମଥାରେ ସିନ୍ଦୂର ,ହାତରେ ନାଲି ଚୁଡି ଏବଂ ମଙ୍ଗଳସୂତ୍ର ପିନ୍ଧି ରଥାରୂଢ଼ ପ୍ରଭୁଙ୍କ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ତେବେ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ମମତାଙ୍କ ସହ ନୁସରତ୍ ରଥ ଟାଣିଥିଲେ । ଆପଣଙ୍କୁ କହି ରଖୁଛୁ ନୁସରତ୍ ଜହାଁ ପଶ୍ଚିମବଙ୍ଗର ବସିରହାଟ୍ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସାଂସଦ ନିର୍ବାଚିତ ହୋଇଛନ୍ତି ।