ଅନ୍ତରଙ୍ଗ ଗୋପବନ୍ଧୁ ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

0

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: ପାଳିତ ହୋଇଯାଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ବେଶ ଉତ୍ସାହ ଉଦିପର୍ଣ୍ଣା ସହ ପାଳନ କରିଛନ୍ତି ଜନସାଧାରଣ । ଏହା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ର ଯୁବ ସଂଘ ପକ୍ଷରୁ ଆୟୋଜିତ ହୋଇଛି ନୂଆଁଖାଇ ଭେଟଘାଟ । ଏଥିରେ ଶ୍ରୀଶ୍ରୀ ବିରାଟ କାୟେ୍ଶ୍ଵର ମନ୍ଦିର ପ୍ରାଙ୍ଗଣରେ ନୂଆ ଧାନ ସହିତ ନୂଆ ଚୁଡା ପୂଜା କରାଯାଇଥିଲା । ଏହାପରେ ଗଣେଶ ମନ୍ଦିର ପ୍ରାଙ୍ଗଣରେ ବୈଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଫୁଲ, ଚନ୍ଦନ ଦେଇ ନୂଆଁଖାଇ ଜୁହାର କରିଥିଲେ। ସଂଘ ପକ୍ଷରୁ ଏକ ରାମ ଲୀଳା ନାଟକ ଆୟୋଜନ କରାଯାଇଥିଲା