ଭୁବନେଶ୍ବର: ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ସେ କହିଛନ୍ତି ଶେଷ ସେମିଷ୍ଟର ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ରାଜ୍ୟକୁ ଏହା ଉପରେ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ତେଣୁ ରାଜ୍ୟ ସରକାର ଲିଖିତ ଭାବେ ଜଣାଇଛନ୍ତି । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବା ନେଇ ରାଜ୍ୟ ସରକାର ପକ୍ଷ ରଖିଛନ୍ତିି । କିଛି ଦିନ ଭିତରେ ଏହି ଆବେଦନ ଉପରେ ରାୟ ଆସିବ । ଏହାସହ ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବୁ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ବାତିଲ ନେଇ ଆବେଦନ ହୋଇଥିଲା ।