ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ‘ଜିରୋ ଫାଟାଲିଟ ଉଇକ୍’ ପାଳନ

0

ବାଣପୁର/ ଚାଣକ୍ୟ ମିଶ୍ର: ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ତେଣୁ ରାଜ୍ୟ ସରକାର ଏହି ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ‘ଜିରୋ ଫାଟାଲିଟ ଉଇକ୍’ ପାଳନ କରୁଛନ୍ତି କ୍ଷ ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ବିଛେଇ ହୋଇପଡିଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ । ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା, ବାଇକରେ ତିନିଜଣିଆ ଯାତ୍ରୀ ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଗୋଡାଇ ଗୋଡାଇ ଧରିବାରେ ଲାଗିଛି। ପୂର୍ବାହ୍ନରୁ ରାତ୍ରି ପର୍ୟ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ଟଙ୍କାର ମିଳିତ ଫାଇନ ଆଦାୟ ହୋଇଥିବା ଜଣାଯାଇଛି । ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ ପ୍ରମୋଦ ସିଂହ ଏବଂ ବାଲୁଗାଁ ପୋଲିସ ସାମିଲ ଥିଲା । ବାଣପୁର ପୋଲିସ ଓ ଖୋର୍ଦ୍ଧା ଆରଟିଓ ତରଫରୁ ଚଢ଼ାଉ କରାଯାଇ ୨ଲକ୍ଷ ୯୦ହଜାର ଟଙ୍କା ଫାଇନ ଆଦାୟ କରିଛି । ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ସବ ଇନ୍ସପେକ୍ଟର ଆରଏନ ଗୌଡ଼, ଏଏସଆଇ ଲଷ୍ମୀଧର ପଣ୍ଡା, ହାବିଲଦାର ବିକେ ବେହେରା ସାମିଲ ଥିବାବେଳେ ଖୋର୍ଦ୍ଧା ଆରଟିଓ ତରଫରୁ ସବ ଇନ୍ସପେକ୍ଟର ତୃପ୍ତିରେଖା ଜେନା ଓ କନଷ୍ଟେବଳ ପୁଷ୍କର ସାମନ୍ତରାୟ ସାମିଲ ଥିଲେ ।