ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ 

0

(ପ୍ରଶାନ୍ତ କୁମାର ସ୍ୱାଇଁ): ଚାହିଁ ରହିଛି ମା ପୁଅର ଫେରିବା ବାଟକୁ । କେବେ ଆସି ଡାକିବ ମା । ଦିର୍ଘ ୨୮ ଦିନହେବ ମୃତ୍ୟୁ ସହିତ ସଂଘର୍ଷ କରି ଏକ ଘରୋଇ ଡାକ୍ତରଖାନରେ କୋମା ଅବସ୍ଥାରେ ଚିକତ୍ସା ହେଉଛି ଗୋଟିଏ ବୋଲି ପୁଅ । ଯାହା ଯେମିତି ମାଗି ଯାଚି କରୁଛନ୍ତି ଚିକତ୍ସା ହେଲେ ଅଧୀକ ଚିକିତ୍ସା ପାଇଁ ଏବେ ବାଧକ ସାଜିଛି ଅର୍ଥ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ ।
ଚନ୍ଦନ ନାୟକ ତାଙ୍କର ପରିବାର କହିଲେ ସ୍ତ୍ରୀ ,ଗୋଟିଏ ପୁଅ ଓ ଗୋଟିଏ ଝିଅ , ହସଖୁସିର ପରିବାର ନେଇ ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ ରୁହନ୍ତିି । ଚନ୍ଦନ ମୁଲ ମଜୁରୀ ଲାଗି ଯାହା କିଛି ପଇସା ଆଣନ୍ତି ସେଥିରେ ତାଙ୍କର ପରିବାର ହସଖୁସିରେ ଚାଲେ । ଚନ୍ଦନଙ୍କ ୧୧ବର୍ଷର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ପୁଅ କାହ୍ନାର ଦୁର୍ଘଟଣା ଘଟଣା, ହସଖୁସିର ପରିବାର ଉପରେ ଦୁଖଃର ପହାଡ ଲଦି ଦେଇଛିି । ମା ଦୁର୍ଗାଙ୍କ ନବମୀ ପୁଜା ଦେଖିବାପାଇଁ କାହ୍ନା ସାଇକେଲ ରେ ଯିବା ସମୟରେ ପାରାଦୀପ ଜୟଦେବ ସଦନ ନିକଟରେ ଏକ ମୋଟରସାଇକେଲ ଧକା ଦେଇଥିଲା । ତେବେ ଘଟଣା ସ୍ଥଳରେ କାହ୍ନା ଅଚେତ ହୋଇ ପଡିଯିବାପରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ପ୍ରଥମେ ପାରାଦୀପ ବନ୍ଦର ଚିକିତ୍ସାଳୟ ଓ ପରେ ତାକୁ କଟକର ଏକ ଘରୋଇ ଡାକ୍ତରଖାନରେ ଚିକତ୍ସାପାଇଁ ପଠାଇଦିଆଯାଇଥିଲା । ତେବେ ଦିର୍ଘ ୨୮ଦିନ ଧରି ଚିକତ୍ସାଧୀନ ଥିବାବେଳେ କାହ୍ନା ଏବେ କୋମା ଅବସ୍ଥାରେ ଚିକତ୍ସିତ ହେଉଛନ୍ତି । ତେବେ କାହ୍ନାର ଚିକିତ୍ସାରେ ସୁଧାର ଆଣିବାପାଇଁ ବାଧକ ସାଜିଛି ଅର୍ଥ ଯାହାକୁ ନେଇ ଚିନ୍ତାରେ ଏବେ ପରିବାର ବର୍ଗ । ଷଣ୍ଢକୁଦ ବସ୍ତିଟି ପାରାଦୀପ ପୌରପରିଷଦର ୧୮ ନଂ ଓାର୍ଡ ଅଧୀନରେ ଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପରିବାରକୁ ମିଳିପାରି ନାହିଁ ।
.