ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦିଲ୍ଲୀ ସରକାଙ୍କ ନିୟମ ଯୁଗ୍ମ-ଅଯୁଗ୍ମ ପୁଣି ଥରେ ଲାଗୁ କରଯିବ । ଏନେଇ ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହି ନିୟମ ଆସନ୍ତା ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହାକୁ ମିଶାଇ ଦିଲ୍ଲୀରେ ତୃତୀୟ ଥର ପାଇଁ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି । ନଭେମ୍ବର ୪ ତାରିଖରେ ଦିଲ୍ଲୀରେ ଯୁଗ୍ମ ନମ୍ବର ଥିବା ଗାଡି ଚାଲିବ । ସେହିପରି ୫ ତାରିଖ ଦିନ ଅଯୁଗ୍ମ ନମ୍ବର ଥିବା ଗାଡି ଚାଲିବ । ଦିନେ ଛଡା ଦିନେ ଯୁଗ୍ମ ଅଯୁଗ୍ମ ହୋଇ ଗାଡି ଗୁଡ୍ିକ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ସାମ୍ବଦିକ ସମ୍ମିଳନୀରେ କେଜ୍ରିୱାଲ ଦେଶର ଏକମାତ୍ର ରାଜ୍ୟ ଦିଲ୍ଲୀ, ଯେଉଁଠାରେ କିଛି ବର୍ଷ ହେଲାଣି ପ୍ରଦୂଷଣଙ୍କୁ ନିୟନ୍ତ୍ରଣ କରାଯାଇ ପାରୁଛି। ନଭେମ୍ବର ମାସରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜଳା ହେବାରୁ ଦିଲ୍ଲୀ ଗ୍ୟାସ ଚ୍ୟାମ୍ବରରେ ପରିଣତ ହେଉଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଲୋକମାନେ ମଧ୍ୟ ଚାହିଁଲେ ସେମାନଙ୍କ ପ୍ରସ୍ତାବ ଦେଇପାରିବେ।ବର୍ତ୍ତମାନ ସୁଦ୍ଧା ୧୨ଶହଟି ପ୍ରସ୍ତାବ ଆସିଛି।