(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଜି ଅନିଲ କପୁର ୬୩ ବର୍ଷରେ ପାଦ ଥାପିଛନ୍ତି, ହେଲେ ଏବେ ବି ସେ ୧୬ ବୟସ ଭଳି ଦେଖାଯାଉଛନ୍ତି। ଅନିଲ ନିଜକୁ ଫିଟ୍ ରଖିବା ପାଇଁ ବହୁତ କିଛି କରନ୍ତି। ଅନିଲ କପୁର ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି। ପ୍ରତିଦିନ ସେ ଜିମ୍ରେ ଦୁଇ ଘଣ୍ଟା ଏକ୍ସରସାଇଜ୍ କରନ୍ତି। ବ୍ୟାୟାମ କରିବା ସହ ଅନିଲ ନିଜ ଲାଇଫ୍ଷ୍ଟାଇଲ୍ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥା’ନ୍ତି। ଏକ ଇଂରାଜୀ ପତ୍ରିକାରେ ଅନିଲ କହିଥିଲେ ଯେ, ସେ ଦକ୍ଷିଣଭାରତୀୟ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ମଜେଦାର କର ଓ ଖୁସିରେ ରୁହ। ପ୍ରତିଦିନ ଜଳଖିଆରେ ଅନିଲ କପୁର ଓଟ୍ସ, ଅଣ୍ଡା, ଅମ୍ଲେଟ୍ ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି। ସେ ପ୍ରତିଦିନ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି।