ଯାଜପୁର; ସ୍ୱର୍ଣ୍ଣ ପଦକ ହାସଲ କଲେ ପ୍ରଣବ । ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ । ତେବେ ପ୍ରଣବଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ । ନିଜର କଠିନ ପରିଶ୍ରମ ପାଇଁ ସେ ଦେଶ ପାଇଁ ଆଣିଛନ୍ତି ଗୌରବ । ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ନିଜ ଦେଶର ଟେକ ରଖିଛନ୍ତି ପ୍ରଣବ । ତେବେ ତାଙ୍କର ଏହି ସଫଳତା ପାଇଁ ଛୁଟୁଛି ସବୁଆଡୁ ଶୁଭେଚ୍ଛାର ସୁଅ । ସୂଚନା ମୁତାବକ, ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ଓଡିଶାରୁ ୫ ଜଣିଆ ଟିମ୍ ର ନେତୃତ୍ୱ ନେଇଥିବା ପ୍ରଣବ ଦାସ ବାଇଥେଲ୍ ଓ ଟ୍ରାଇଥେଲେଟ୍ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ପ୍ରଣବ ଜାତୀୟସ୍ତରରେ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ଭାଗ ନେଇ ବେଶ ସଫଳତା ସାଉଁଟି ସାରିଛନ୍ତି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ପ୍ରଣବଙ୍କୁପ୍ରୋତ୍ସାହନ ମିଳିଲେ ସେ ଆହୁରି ଓଡିଶାର ନାଁ ରଖିବେ ବୋଲି କହିଛନ୍ତି ।