ୱାୟନାଡ: କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ। ଆଜି ସଂଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ ପରଠାରୁ ମିଳୁନି ୨ ଓଡିଆ ଡାକ୍ତରଙ୍କ ପତ୍ତା । ନିଖୋଜ ଓଡ଼ିଆ ପୁଅ ୨ ଜଣ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଏବଂ ଡାକ୍ତର ସ୍ଵାଧିନ ପଣ୍ଡା । ଅନ୍ୟପଟେ ପୁଅ ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ତାଙ୍କ ବାପା ଅମର ଚିନାରା।
ସୂଚନା ଅନୁସାରେ, ତାଙ୍କ ପୁଅ ବିଷ୍ଣୁପ୍ରସାଦ ଚିନାରା ଓ ବୋହୁ ପ୍ରିୟଦର୍ଶିନୀ ପାଲ ତାଙ୍କର ୨ ବନ୍ଧୁ ସ୍ଵାଧିନ ପଣ୍ଡା ଏବଂ ତାଙ୍କ ପତ୍ନୀ ସ୍ଵୀକୃତି ମହାପାତ୍ରଙ୍କ ସହ ବୁଲିବା ପାଇଁ ଗତ ୨୬ ତାରିଖରେ କେରଳ ଯାଇଥିଲେ । ଗତକାଲି ରାତିରେ ହୋଇଥିବା ଭୂସ୍ଖଳନରେ ଏହି ୪ ଜଣ ଭାସିଯାଇଥିଲେ । ତେବେ ପ୍ରିୟଦର୍ଶିନୀ ପାଲ ଓ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଷ୍ଣୁ ପ୍ରସାଦ ଏବଂ ସ୍ଵାଧିନଙ୍କ କୌଣସି ପତ୍ତା ମିଳୁନାହିଁ ।