ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ

୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ୩୧.୭୩ ସେକେଣ୍ଡ ସମୟରେ ରେସ୍ ଶେଷ କରି ଦ୍ବିତୀୟ ସ୍ଥାନ ପ୍ରତ୍ୟାଶା

0

ଭୁବନେଶ୍ୱର : ଥାଇଲାଣ୍ଡରେ ହେଇଥିବା ଓପନ୍ ସନ୍ତରଣ ପ୍ରତିଯେଗିତାରେ ସିଲଭର ଜିତିଛନ୍ତି ଓଡ଼ିଆ ଝିଅ ପ୍ରତ୍ୟାଶା । ଏହା ଭାରତ ଓ ଓଡିଶା ପାଇଁ ଅତ୍ୟନ୍ତ ଗର୍ବର କଥା ।ଶୁକ୍ରବାର ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ୩୧.୭୩ ସେକେଣ୍ଡ ସମୟରେ ରେସ୍ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ମାହି ସ୍ବେତରାଜ (୩୨.୨୨ ସେକେଣ୍ଡ) ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲା ବେଳେ ଥାଇଲାଣ୍ଡର ସାଓଭାନି (୨୯.୨୬ ସେକେଣ୍ଡ)ଙ୍କୁ ସ୍ବର୍ଣ୍ଣିମ ସଫଳତା ମିଳିଥିଲା।
ପ୍ରତ୍ୟାଶା ଜିତିବା ପରେ ତାଙ୍କୁ ଡିପାଟମେଣ୍ଟଣ୍ଟ ଅଫ ସ୍ପୋର୍ଟସ୍ ଏଣ୍ଡ ୟୁଉଥ ସରଭିସ ଓଡିଶା ସରକାର ଅଫିସିଆଲ ସାଇଡରେ ସେୟାର କରିଛନ୍ତି । ଏହି ପୋଷ୍ଟ ପରେ ପ୍ରତ୍ୟାଶାଙ୍କୁ ସବୁ ଆଡୁ ଶୁବେଚ୍ଛା ବାର୍ତ୍ତା ଆସିଛି ।