ଆଜି ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ସଦସ୍ୟ ଥିବା ୪ଜଣ ଓଡ଼ିଆ ଖେଳାଳି ମଙ୍ଗଳବାର ଘରକୁ ଫେରିଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ ଏବଂ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ।
(ଦିଲ୍ଲୀ) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ସଦସ୍ୟ ଥିବା ୪ଜଣ ଓଡ଼ିଆ ଖେଳାଳି ମଙ୍ଗଳବାର ଘରକୁ ଫେରିଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ ଏବଂ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ମଙ୍ଗଳବାର ଏହି ୪ ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସୂଚନାନୁଯାୟୀ , ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲିମ୍ପିକ୍ସ ସଫଳତା ପାଇଁ ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଅଗଣିତ ପ୍ରଶଂସକଙ୍କ ହୃଦୟ ଜିତି ପାରିଥିଲେ । ପୁରୁଷ ଦଳ ଦୀର୍ଘ ୪୧ବର୍ଷ ପରେ ଅଲିମ୍ପିକ୍ସ ପଦକ ଅପେକ୍ଷାର ଅନ୍ତ ଘଟାଇଥିଲେ। ଦଳ ତୃତୀୟ ସ୍ଥାନ ମ୍ୟାଚ୍ରେ ଜର୍ମାନୀକୁ ୫-୪ ଗୋଲ୍ରେ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା। ଭାରତର ଏହି ସଫଳତାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଓ ଅମିତ୍।
ପ୍ରଶଂସକମାନେ କରତାଳି ଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ କହିଥିଲେ, ରାଜ୍ୟର ଖେଳାଳିମାନେ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଓଡ଼ିଶାକୁ ଗର୍ବିତ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛନ୍ତି। ସେମାନେ କେବଳ ରାଜ୍ୟ ନୁହେଁ ବରଂ ଦେଶପାଇଁ ସୁନାମ ଆଣିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ଆମର ଅଲିମ୍ପିଆନ୍ମାନେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିବେ।’