ଆଓ ନେକ୍ସଟରେ ଜୁନ୍ ୨୭ରୁ ଓଡ଼ିଆ ଚଳଚ୍ଚିତ୍ର “ଅତିଥି- ଦ ଅନ ୱାଣ୍ଟେଡ୍ ଗେଷ୍ଟ”

0

ଓଡ଼ିଆ ସିନେମା ‘ଅତିଥି–ଦ ଅନୱାଣ୍ଟେଡ୍ ଗେଷ୍ଟ’ ବଡ଼ ପରଦାରେ ଅପୂର୍ବ ସଫଳତା ପାଇଥିଲେ ମଧ୍ୟ ଏହାକୁ ଆସନ୍ତା ଜୁନ୍ ୨୭ ତାରିଖଠାରୁ ଦର୍ଶକ ଘରେ ବସି ଆଓ ନେକ୍ସଟ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ । ସମ୍ପୂର୍ଣ୍ଣ ନୂଆ ଶୈଳୀର ମୌଳିକ ଓଡ଼ିଆ ସିନେମା ଅତିଥି- ଦ ଅନ ୱାଣ୍ଟେଡ୍ ଗେଷ୍ଟ।

ସିନେମାକୁ ବଡ଼ ପରଦାରେ ଦର୍ଶକ ଯେତିକି ଭଲ ପାଇବା ଦେଇଥିଲେ ତା’ଠୁ ଅଧିକା ଆଓ ନେକ୍ସଟ ରେ ଦେବେ ବୋଲି ଆଓ ନେକ୍ସଟ ର ସିଇଓ କୌଶିକ ଦାସ ଆଶା କରିଛନ୍ତି । ବିଭିନ୍ନ ଭୂମିକାରେ ଅନୁ ଚୌଧୁରୀ, ଦିବ୍ୟାଦିଶା ମହାନ୍ତି, ମନୋଜ ମିଶ୍ର, ସାୟଲ ମୂଖାର୍ଜୀ, ଶ୍ରୁତି ଶୁଭଶ୍ରୀ, ଚିନ୍ମୟ ମିଶ୍ର, ଅଭିଷେକ ଗିରି, ଦୀପନ୍ବିତ ଦାସ ମହାପାତ୍ର, ଜୀବନ ପଣ୍ଡା, ସୁକାନ୍ତ ରଥ, ପ୍ରସନଜିତ୍ ମହାପାତ୍ର, ବିଶ୍ଳେଶ ପଣ୍ଡା, ପ୍ରସିଦ୍ଧି ଓ ସର୍ବେଶ୍ୱର ସୂତାର ପ୍ରମୁଖ ଅଭିନୟ କରିଛନ୍ତି ।

ରାକେଶ ଦାଶ, ସୁମିତ ପଣ୍ଡା ଓ ସ୍ଥିତ ପଟ୍ଟନାୟକ ଗୀତ ରଚନା କରିଛନ୍ତି, କୁଲଦୀପ ପଟ୍ଟନାୟକ ଓ ସଞ୍ଚିତା ଶୁଭଦର୍ଶିନୀ, ହ୍ୟୁମାନ୍ ସାଗର ଓ ଅର୍ପିତା ଚୌଧୁରୀ, ବିରାଜ ରଥ କଣ୍ଠଦାନ କରିଛନ୍ତି  । ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥୀ ଏବଂ ବୁନ୍ତି ମହାନ୍ତି ଦେଇଥିଲା ବେଳେ ଶ୍ରୁତି ପ୍ରକାଶ ଦାଶ ସଂଯୋଜନା କରିଛନ୍ତି ।

ସିନେମାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରବିନାରାୟଣ ଦାସ । କାହାଣୀ ମାନସ ପଢ଼ିଆରୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ।  ତେବେ ଆଓ ନେକ୍ସଟରେ ଦର୍ଶକ ଏହି ଚଳଚ୍ଚିତ୍ର ବହୁ ମାତ୍ରାରେ ଭଲ ପାଇବା ଦେବେ ବୋଲି ଆଶା ଆଓ ନେକ୍ସଟ ତରଫରୁ ଆଶା ଓ ବିଶ୍ୱାସ ରହିଛି ।