ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ ଓଡିଆ ପୋଲିସ ଅଧିକାରୀ

0

ଭୁବନେଶ୍ୱର: ମଣିପୁର ହିଂସା ଘଟଣାରେ ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଶା ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାରେ କାର୍ୟ୍ୟ କରୁଛନ୍ତି। ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୋଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି। ସିବିଆଇର ଅବଗତ ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ରିଲିଜ କରଯାଇଛି।ସିବିଆଇ ଗଠନ କରିଥିବା ଟିମରେ ୫୩ ଜଣ ଅଧିକାରୀ ଅଛନ୍ତି. ଯେଉଁଥିରେ ୨୯ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି। ସିବିଆଇ ଟିମରେ ଜଣେ ଓଡ଼ିଶା ପୋଲିସର ଇନ୍ସପେକ୍ଟର ଯୋଗଦେଲା ପରେ ପୋଲିସ ମହଲରେ ଖୁସିର ବାତା ବରଣ।

ଏନେଇ ଆମ ପ୍ରତିନିଧିଙ୍କ ତରଫରୁ ରାଉତଙ୍କୁ ଯୋଗ।ଯୋଗ କରାଯାଇଥିଲା ତାଙ୍କ କହିବା କଥା ଏ ନେଇ ଯଦି ମତେ ଓଡ଼ିଶା ପୋଲିସ ତରଫରୁ ମନୋନୀତ କରାଯାଇଛି ଏହା ମୋ ପାଇଁ ଖୁସିର ଖବର।