ବାନ୍ଧବୀଙ୍କ ମୃତ୍ୟୁ ପରେ ଶେଷରେ ମୁହଁ ଖୋଲିଲେ ଲବ, କହିଲେ….

0

ଭୁବନେଶ୍ୱର: ପ୍ରେମିକା ମୃତ୍ୟୁର ଦେଢମାସ ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର ଲବ ହାଁସଦା  । ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବିବାଦ ବିଷୟରେ କହିଛନ୍ତି ଲବ  । ତେବେ ଭିଡିଓଟି ନିଜ ଓଡିଆ ଟ୍ରାଭେଲର ବ୍ଲଗ ଫେସବୁକ ପେଜରେ ଅପଲୋଡ କରିଛନ୍ତି  । ତେବେ ଭିଡିଓରେ ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହିବାର କାରଣ ମଧ୍ୟ ଖୋଲି କହିବା ସହ ଏହି ଘଟଣାରେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ଲବ  ।

୭ ମିନିଟ୍ ୩୧ ସେକେଣ୍ଡର ଏହି ଭିଡିଓରେ ଲବ କହିଛନ୍ତି, ମୋ ଜୀବନରେ ଏମିତି ଦିନ ଆସିବ କି ଏପରି ଭିଡିଓ କରିବାକୁ ପଡ଼ିବ ବୋଲି ମୁଁ କେବେ ଭାବିନଥିଲି । ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛି । ମୁଁ ସୋଲମୀଙ୍କୁ କେବେ ନିର୍ୟାତନା ଦେଇନାହିଁ । ସେ ମୋ ବିଷୟରେ ସବୁ କଥା ଜାଣିଥିଲେ । ସବୁ ସତ ଧୀରେ ଧୀରେ ସାମନାକୁ ଆସିଯିବ । ମୁଁ ଏମିତି କିଛି କରିନି ଯେଉଁଥିପାଇଁ କାହାର ଜୀବନ ଚାଲିଯିବ । ମୁଁ ଏତେ ବି ଖରାପ ନୁହେଁ” ବୋଲି କହିଛନ୍ତି ଲବ  ।

ସୂଚନାଯୋଗ୍ୟ,  ଗତ ମେ ମାସରେ ଆତ୍ମହତ୍ୟା କରିଥିଲେ ଲବଙ୍କ ବାନ୍ଧବୀ ସୋଲମୀ । ଯେଉଁଥିପାଇଁ ଲବଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ଏହାପରେ ଲବ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ଝିଅ ଅଛି ବୋଲି ଜଣାପଡିଥିଲା  । ଲବ ହାଁସଦା ୨୦୧୪ ମସିହାରେ ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତ ସାନକୁସପଦା ଗାଁରେ ଭାଦାଉ ଟୁଡୁଙ୍କ ଝିଅ ମାନ୍ଦ ହାସଦା ସହିତ ରୀତିନୀତି ଅନୁସାରେ ବିବାହ କରିଥିଲେ  । ବାହାଘର ପରେ ତିନି ବର୍ଷ ଉଭୟଙ୍କ ବୈବାହିକ ଜିବନ ଠିକ୍ ଠାକ୍ ଚାଲିବା ପରେ ଲବ ଏକ ଟାୟାର କମ୍ପାନୀ ରେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲା ।  ସେତେବେଳେ ତାଙ୍କର ଗୋଟିଏ ଝିଅ ହୋଇ ସାରିଥିଲା ।  ତେବେ ଲବ ବାହାର ରାଜ୍ୟକୁ ଗଲା ପରେ ମାନ୍ଦକୁ ଶଶୁର ଘର ହଇରାଣ କରିବା ଆରମ୍ଭ କରିଥଲେ ।  ବାଧ୍ୟ ହୋଇ ମାନ୍ଦର ମା ତାକୁ ଘରକୁ ନେଇ ଆସିଥିଲା ।