(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଓଡିଆ ଭାଷା ଲୋକଙ୍କ ପାଇଁ ଖୁସି ଖବର । କାରଣ ଖୁବ ଶୀଘ୍ର ଗୁଗୁଲ ଟ୍ରାସଲେଟରରେ ଆପଣ ପାଇବେ ଓଡ଼ିଆ ଭାଷା । ଯାହାକି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ବେଶ ସହଯୋଗ କରିବ । ଓଡ଼ିଆ ଭାଷା ବ୍ୟତୀତ ଅନୁବାଦ ସେବାରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ୍ ଜାଏଣ୍ଟ୍ ‘ଗୁଗଲ୍’ ଘୋଷଣା କରିଛି ତାହା ସହିତ ଏ ବିଷୟରେ ଘୋଷଣା କରିଛନ୍ତି ‘ଗୁଗଲ୍ ଟ୍ରାନ୍ସଲେଟ୍’ର ସଫ୍ଟ୍େଓ୍ଵର୍ ଇଞ୍ଜିନିୟର୍ ଆଇଜାକ୍ କ୍ୟାସ୍େଓ୍ଵଲ୍।
ଏହି ଭାଷାଗୁଡ଼ିକ ହେଉଛି କିନିୟାର୍ଓ୍ଵାଣ୍ଡା, ଓଡ଼ିଆ, ତାତାର୍, ତୁର୍କମେନ୍ ଏବଂ ଉୟିଘର୍। ଏହି ନୂଆ ଭାଷାଗୁଡ଼ିକ ଉଭୟ ଟେକ୍ଷ୍ଟ୍ ଓ େଓ୍ଵବ୍ସାଇଟ୍ ଅନୁବାଦାଦରେ ସହାୟକ ହେବ।
ବିଶେଷକରି କିନିୟାର୍ଓ୍ଵାଣ୍ଡା, ତାତାର୍ ଏବଂ ଉୟିଘୁର୍ ଭାଷା ଭର୍ଚୁଆଲ୍ କି’ବୋର୍ଡ ଇମ୍ପୁଟ୍କୁ ସପୋର୍ଟ କରିବ।
କ୍ୟାସ୍େଓ୍ଵଲ୍ ଆହୁରି କହିଛନ୍ତି ଯେ ବିଶ୍ୱରେ ୭୫ ନିୟୁତରୁ ଅଧିକ ବ୍ୟକ୍ତି ବ୍ୟବହାର କରୁଥିବା ଏହି ଭାଷାଗୁଡ଼ିକୁ ଆମେ ‘ଗୁଗଲ୍ ଟ୍ରାନ୍ସ୍ଲେଟ୍’ରେ ୪ ବର୍ଷ ମଧ୍ୟରେ ଅନ୍ତର୍ଭୁକ୍ତ କରିଛୁ। ଫଳରେ ‘ଗୁଗଲ୍ ଟ୍ରାନ୍ସ୍ଲେଟ୍’ର ଅନୁବାଦ ଭାଷାସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।
ଏହା ଦ୍ୱାରା ଇଂରାଜୀ କିମ୍ବା ଅନ୍ୟଭାଷାରୁ ଅନୁବାଦ କରିବା ପାଇଁ ଅନୁବାଦକଙ୍କ ପାଇଁ ସହଜ ହେବା ବୋଲି ଆଶା କରାଯାଉଛି ।