ଓଡିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ୧୯୮୫ ମମସିହାରେ କାମାକ୍ଷାନଗରରୁ ପ୍ରଥମ ଥର ବିଧାୟକ ହୋଇଥିଲେ ପ୍ରସନ୍ନ । ସେ ୩ ଥର କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଜଣେ ମେଳାପି ବ୍ୟକ୍ତିତ୍ୱ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ଜନକଲ୍ୟାଣକାରୀ କରିଯାଇଛନ୍ତି । ବର୍ତ୍ତମାନ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।