ପଞ୍ଚମ ଥର ପାଇଁ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନା କରିବାପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟ ହୋଇଛି । ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ । ଚଳିତ ବର୍ଷର ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟ ବରାଦ ୧୫ ପ୍ରତିଶତ ଅଧିକ । କୃଷି ବଜେଟ ୨୪ ହଜାର ୮୨୯ କୋଟି । ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି । ୨୦୨୩-୨୪ ବଜେଟର ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟିକୃଷି ବଜେଟ ୨୪ ହଜାର ୮୨୯ କୋଟି । କାଳିଆ ସହାୟତା ପାଇଁ ୧୮୭୯କୋଟି ଟଙ୍କା ବ୍ୟୟବରାଦ। ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି । ସେହିପରି ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୮୧ କୋଟି ପାଇଁ ବ୍ୟବ ବରାଦ । ଉଦ୍ୟାନ କୃଷିର ସ୍ମୃତି ପାଇଁ ବିକାଶ ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନରେ ୧୨୧ କୋଟି ।
କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ । କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପାଇଁ ୫ ବର୍ଷରେ ୩୭୬ କୋଟି ଖର୍ଚ୍ଚ ହେବ ।ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି । ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି । ନଦୀ ଉପରେ ଏବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି । ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି । ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ।୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂଳ ପାଇଁ ୪୧୯୮ କୋଟି । ବିଜୁ କୃଷକ ବିକାଶ ଯୋଜନାରେ ୧୫ ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ଶହ କୋଟି ।ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ବଜେଟରେ ୯୬୧ କୋଟି । ନଦୀରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରାପ୍ୟ ପ୍ରଦାନ ପାଇଁ ୬୦୦ କୋଟି । ୧୯ଟି ଜିଲ୍ଲାରେ ଓଡିଶା ମିଲେଟ୍ ମିଶନ । ମିଲେଟ୍ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟ ବରାଦ । ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ସମବାୟ ସଂସ୍ଥାକୁ ଶହେ ୫୦ କୋଟିର ବ୍ୟୟ ବରାଦ ।ସାର ଓ ବିହନ କିଣା ପାଇଁ ସୁଧ ମୁକ୍ତ ଋଣ ପ୍ରଦାନ ପାଇଁ ୨୦୦ କୋଟି ବ୍ୟୟ ବରାଦ ।
ପ୍ରାକୃତିକ ବିପଯ୍ୟୟ ଓ ପୋକ ଜନିତ ଫସଲ ହାନୀ ପାଇଁ ବୀମା ବାବଦକୁ ୬୦୦ କୋଟି ଟଙ୍କାର ବ୍ୟୟ ବରାଦ ।ମତ୍ସ୍ୟ ଓ ପଶୁ ପାଳନ ପାଇଁ ଏକ ହଜାର ୭୬୯ କୋଟି ବ୍ୟୟ ବରାଦ ।ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟ ଚାଷଉନ୍ତି ପାଇଁ ଏକ ହଜାର ୪୩ ହଜାର କୋଟି ବ୍ୟୟ ବରାଦ ।ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫ ୦ କୋଟି ।ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି । । ମୁଖ୍ୟମନ୍ତ୍ର୍ୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି।
ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ।ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟ ବରାଦ୍ ।ଆମ ବସଷ୍ଟାଣ୍ଡ ପାଇଁ ବଜେଟ ବଜେଟରେ ୧୫୦ କୋଟିର ବ୍ୟବସ୍ଥା ।ମହିଳା ଏସଏଚଜି ଉଦ୍ୟୋଗୀ ପାଇଁ ୧୦୦ କୋଟି ।ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟବରାଦ ।ମିଶନଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ ।ସହରାଞ୍ଚଳ ବିକାଶ, ୭,୯୧୯ କୋଟି ।ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ।ହସ୍ତତନ୍ତ ବୟନଶିଳ୍ପ-୨୦୧୯ କୋଟି । ଆଭ୍ୟନ୍ତରୀଣ ସୁରକ୍ଷା ,୮୧୩୦ କୋଟି । ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୬,୦୪୮ କୋଟି ଟଙ୍କାର ବ୍ୟୟ ବରାଦ । ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି ଟଙ୍କା । ରାସ୍ତା ,ବ୍ରିଜ ,ରେଳ ଓ ଏୟାରପୋର୍ଟ ବିକାଶ ପାଇଁ ୧୯ ,୪୫୨ କୋଟି । ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟ ବରାଦ । ମିଶନ ଶକ୍ତି ,ମହିଳା ଓ ଶିଶୁକଲ୍ୟାଣ ପାଇଁ ୬,୨୨୪ କୋଟି । ଶିଳ୍ପ ଓ ଏମଏସଏମଇ ପାଇଁ ୧୩୫୮ କୋଟିର ବ୍ୟୟ ବରାଦ ।ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି ।
ଆଗାମୀ ଦିନରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲ ଷ୍ଟାପଙ୍କ ପାଇଁ ୨୨୯ କୋଟି ଅତିରିକ୍ତ ଅର୍ଥ ବ୍ୟୟ ବରାଦ କରାଯାଇଛି. ଏହି ଯୋଜନା ଅଧିନରେ ଆଗାମୀ ବର୍ଷେ ମଧ୍ୟରେ ୫ ହଜାରରୁ ଅଧିକ ଡାକ୍ତର ୯ ହଜାର ପାରା ମେଡିକାଲ ଷ୍ଟାପଙ୍କୁ ନିଯୁକ୍ତି ଦେବା ପାଇଁ ଆଶା ରଖାଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗରେ ୨୩୬ ଟି ନୂଆ ଆମ୍ବୁୁଲାନ୍ସ ଅଣାଯିବ,ବଜେଟ ରହିଛି ୨୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ଭିତିଭୂମି ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତେବେ ଯାନ୍ତ୍ରିକ ଉପକରଣ ପାଇଁ ୧୧୦ କୋଟି । ରକ୍ଷାଣବେକ୍ଷଣ ପାଇଁ ୬୪୬ କୋଟି । କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୦୧୧ କୋଟି । ଆମ୍ବୁଲାନ୍ସ ହାରାହାରି ରେସ୍ପନ୍ସ ସମୟ ୩୦ ମିନିଟ୍ ରୁ ୨୦ ମିନଟ କରାଯାଇଛି । ଏହାସହିତ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ – ୪ଶହ କୋଟି ଟଙ୍କା
ପର୍ଯ୍ୟଟନ ପ୍ରୋସô୍ାହନ ପାଇଁ ୧ ଶହ ୫୭ କୋଟି ଟଙ୍କା , ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ୩୦ କୋଟି ଟଙ୍କା, ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଟ ୬ଶହ ୬୦ କୋଟି ଟଙ୍କା ହୋଇଥିବା ବେଳେ ଐତିହ ନଗରୀ ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୨ଶହ ୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଐତିହ ଓ ସ୍ମାରକୀ ଏବଂ ପର୍ଯ୍ୟଟନସ୍ଥଳୀ ସମନ୍ୱିତ ବିକାଶ – ୧ ଶହ ୫୦ କୋଟି । ସେହିପରି କ୍ରାଡା, ଓଡିଶା ପାଇଁ ଏକ ଅଭିନବ ଏବଂ ଅସାଧାରଣ ପରିଚୟ ସୃଷ୍ଟି କରିଛି । ଓଡିଶା ସାରାଦେଶ ପାଇଁ କ୍ରାଡାର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳୀ ଭାବେ ଉଭା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାରେ ‘’ ଯୁବଗୋଷ୍ଠୀଙ୍କ ପାଇଁ କ୍ରାଡା …. …..ଭବିଷ୍ୟତ ପାଇଁ ଯୁବଗୋଷ୍ଠୀ ‘’ । ସମଗ୍ରେ ଦେଶରେ କ୍ରୀଡାର ବିକାଶ ଓ ଯୁବଗୋଷ୍ଠୀଙ୍କ ସଶକ୍ତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଓଡିଶାକୁ କ୍ରୀଡାର ଏକ ମଡେଲ ଭାବେ ଛିଡା କରିଛି । ଓଡିଶା ଏଫଆଇଏଚ ପୁରୁଷ ହକି ବିଶ୍ୱକପ -୨୦୨୩ର ସଫଳ ଆୟୋଜନ କରି କ୍ରୀଡା ଇତିହାସରେ ଏକ ନୂତନ ମାଇଲ ଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି ।
ରାଜ୍ୟ ସରକାର ଓଡିଶାରେ କ୍ରୀଡାର ବିକାଶ ଓ ଭିତ୍ତିଭୂମିର ନିର୍ମାଣ ପାଇଁ କ୍ରୀଡା ଓ ଯୁବସେବା ନିମନ୍ତେ – ୧ ହଜାରେ ୨ଶହ ୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟିର ବ୍ୟୟ ବରାଦ । ମତ୍ସ୍ୟ ଅବତରଣ କେନ୍ଦ୍ର ଆଧୁନିକୀକରଣ ଓ ଅନ୍ୟାନ୍ୟ ଭିତିଭୂମୀ ବିକାଶ ପାଇଁ ୨୨୦ କୋଟିର ବ୍ୟୟ ବରାଦ ।ଅସ୍ତରଂଗର ଦେବୀ ନଦୀ ଓ ପାରାଦ୍ୱୀପର ମୁହାଣରୁ ମାଟି ଖନନ କରି ବର୍ଷ ତମାମ ନୌକା ଚଳାଚଳ ଯୋଗ୍ୟ କରିବା ପାଇଁ ୨୦ କୋଟି । ମତ୍ସ୍ୟଚାଷ ପାଇଁ ନୀଳ ବପ୍ଳବ ଯୋଜନା ପାଇଁ ୧୮୦ କୋଟି ର ବ୍ୟୟ ବରାଦ ।
କୁକୁଡା ଚାଷ ବିକାଶ ପାଇଁ ୧୫୭ କୋଟି , ଛୋଟ ମେଣ୍ଢା ଓ ଛେଳି ଚାଷ ପାଇଁ ୨୯ ଓ ଘୁଷୁରି ଚାଷ ପାଇଁ ୨ କୋଟି ,ରାଷ୍ଟ୍ôରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୨୦ କୋଟ. ଗୋଶାଳା ନିର୍ମାଣ ଓ ରକ୍ଷଣାବେକ୍ଷଣା ପାଇଁ ୨୦ କୋଟି ,ପଶୁ ସଂପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ପାଇଁ ୨୦୦ କୋଟିପଶୁ ଚିକିତ୍ସାଳୟ ଓ ସୁଦୃଢୀକରଣ ଓ ଆଧୁନିକିକରଣ ପାଇଁ ୧୯୪ କୋ.ି୨୦୧୩-୧୪ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍ ୭ ହଜାର ଏକ ଶହ ୬୨ କୋଟି ଥିଲା, ୨୦୨୩-୨୪ ପାଇଁ ଚଳିତ ଥର କୃଷି ବଜେଟ୍ ରହିଛି ୨୪ ହଜାର ୮ ଶହ ୨୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
-ଆଭ୍ୟନ୍ତରୀଣ ନିରାପତା ଓ ନ୍ୟାୟିକ ପ୍ରଶାସନ ପାଇଁ ୮୧୩୦ କୋଟି ବ୍ୟୟ ବରାଦ
-ପୋଲିସ ଆବାସିକ ଓ ଅଣ ଆବାସିକ ଗୃହ ନିର୍ମାଣ ପାଇଁ ୩୯୫ କୋଟି
-CCTN ବା କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ୍ ଉନ୍ନତୀକରଣ ପାଇଁ ୧୮ କୋଟି
-ଫରେନ୍ସିକ ସାଇନ୍ସ ଲ୍ୟାବୋରୋଟୋରି ସୃଦୁଢୀକରଣ ପାଇଁ ୪୦ କୋଟି
-ERSS ବା ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ ବା ଡାଏଲ ୧୧୨ ପାଇଁ ୮୩ କୋଟି
-ପକ୍ସୋ କୋର୍ଟ ପାଇ ଁ୪୦ କୋଟି
-ନ୍ୟାୟପାଳିକା ଭିତିଭୂମୀ ବିକାଶ ପାଇଁ ୧୦୬ କୋଟି
-ନ୍ୟାୟପାଳିକା ଭିତିଭୂମୀ ବିକାଶ ପାଇଁ ୩୭୨ କୋଟି
-ହାଇକୋର୍ଟର ରେକର୍ଡ ଡିଜିଟାଇଜେସନ୍ ପାଇଁ ୧୦ କୋଟି
ଭୂ- ରାଜସ୍ୱ ପ୍ରଶାସନ ସଂସ୍କାର କ୍ଷେତ୍ରରେ ବିବାଦ ବିହୀନ ମ୍ୟୁଟେସନ୍ ମାମଲା ସମାଧାନ ସମୟ ସୀମା ୯୦ ଦିନରୁ ହ୍ରାସ କରାଯାଇ ୭ ଦିନ କରାଯାଇଛି ।କମ୍ପେନ୍ସାଟୋରୀ ଆଫୋରଟେସନ୍ ପାଇଁ ୩୫ ହଜାର ଏକର ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି
ରାଜସ୍ୱ ପ୍ରଶାସନ, ସର୍ବେକ୍ଷଣ, ବନ୍ଦୋବସ୍ତ ଏକତ୍ରୀକରଣ ଓ ପଂଜିକରଣ ପାଇଁ ୧୫୮୭ କୋଟି
ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟ ବ୍ୟୟ ବରାଦ ହୋଇଛି । ଯେଉଁଥିରେ ଷ୍ଟେଟ୍ ଡିଜାଷ୍ଟର ରିସ୍କ ମ୍ୟାନେଜମେନ୍ଟ ଫଣ୍ଡ ପାଇଁ ୨୩୫୮ କୋଟି ଏବଂ ନ୍ୟାସନାଲ ଡିଜାଷ୍ଟର ରିସ୍କ ମ୍ୟାନେଜମେନ୍ଟ ଫଣ୍ଡ ପାଇଁ ୧୩୪୨ କୋଟି ଅନ୍ତର୍ଭୁକ୍ତ
DMF ବା ଜିଲ୍ଲା ଖଣିଜ ପାଣ୍ଠି ଥିବା ୩୬୯୮ କୋଟି ଓ OMBADC ଓମବାଡ୍ ପାଣ୍ଠି ଅଧୀନରେ ୪୫୩୪ କୋଟି କୁ ମିଶାଇ ମୋଟ ୮୨୩୨ କୋଟି ବିନିଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଯୋଜନା ଓ ସଂଯୋଜନ ବିଭାଗ ପାଇଁ ମୋଟ ୧୩୧୦୪ କୋଟିର ବ୍ୟୟ ବରାଦ । ଯୋଜନା ଓ ସଂଯୋଜନ କ୍ଷେତ୍ରରେ କେବିକେ ଜିଲ୍ଲାର ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା, ଗୁରୁତ୍ୱ ପୂର୍ଣ ଗ୍ରାମୀଣ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ , ଏସସି ଏସଟି ସ୍କୁଲ ଘର, ଛାତ୍ରାବାସ ବିକାଶ କ୍ଷେତ୍ରରେ ସ୍ଥାୟୀ ଭିତିଭୂମୀ ନିର୍ମାଣ ପାଇଁ ୧୩୦ କୋଟି ବ୍ୟୟ ଅଟକଳରେ ଭିତିଭୂମୀ ବିକାଶ ପାଣ୍ଠି ଯୋଜନା ଆରମ୍ଭ କରାଯିବ । ବିଧାୟକ ସ୍ଥାନୀୟ ଅଂଚଳ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ୩୨୫ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି, କେବିକେ ଜିଲ୍ଲା ମାନଙ୍କରେ ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୨୦ କୋଟି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ପାଇଁ ୨୦୦ କୋଟି, ବିଜୁ କନ୍ଧମାଳ, ଗଜପତି ଯୋଜନା ପାଇଁ ୨୯ କୋଟି, ସେତୁ ଯୋଜନା ପାଇଁ ୫୦ କୋଟି ବରାଦ କରାଯାଇଛି ।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୩ -୨୪ ବଜେଟ ଓଡିଶାର ବିକାଶକୁ ଶିର୍ଷକୁ ନେବ । ଏହି ହେଉଛି ଲୋକାଭିମୁଖି ବଜେଟ ।