ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ

0

ପୁରୀ/ସଞ୍ଜୟ ମହାପାତ୍ର:ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଲେ ୫ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ଭୋର ପ୍ରାୟ ସାଢେ ୪ଟାରେ ପୁରୀରେ ପହଞ୍ଚିଥିଲେ। ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଥିଲେ। ପରିକ୍ରମା ମାର୍ଗରେ ଅନ୍ତଃପ୍ରଦକ୍ଷିଣ କରୁଥିବା ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରିକ୍ରମା ପ୍ରକଳ୍ପରେ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଓ ପରେ ଏହାର ସ୍ଥିତି ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମିକ୍ଷା କରିଥିଲେ। ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥାନ୍ତି। ହେଲେ ବର୍ତମାନ ମଧ୍ୟ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ୟ୍ୟ ଶେଷ ହେବା ପରେ ବି ସେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ବୁଲି ଦେଖିଥିଲେ ୫ଟି ଅଧକ୍ଷ । ଭକ୍ତ ମାନେ କିପରି ପରିକ୍ରମା ମାର୍ଗରେ ପଦକ୍ଷିଣ କରୁଛନ୍ତି ଏବଂ ଅନ୍ୟକୌଣସି ଅସୁବିଧା ରହିଛି କି ନାହିଁ ଏ ସମ୍ପର୍କରେ ଭକ୍ତଙ୍କ ସହ ଆଲୋଚନା କରିଥିଲେ । ତେବେ ୫ଟି ଅଧକ୍ଷ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ଦର୍ଶନ ଲାଭ କରିଛନ୍ତି ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନି ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ମହାପ୍ରଭୁଙ୍କ ଦର୍ଶନ କରି ସାରିବା ପରେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଏବଂ ଶ୍ରୀସେତୁ ଆଦି ସ୍ଥାନ ବୁଲି ଦେଖିଥିଲେ