( ମମତା ସାମଲ): ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ତିତଲି’କୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ୨୪ ଘଣ୍ଟିଆ ‘ଇମରଜେନ୍ସି ହେଲ୍ପ ସେଲ୍’ ବା ଜରୁରୀକାଳନୀ ସେବା ପ୍ରକୋଷ୍ଠ ଖୋଲାଯାଇଛି । ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ । ଶ୍ରୀ ପଟ୍ଟନାୟକ କହିଛନ୍ତି ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୬ତାରିଖ ପର୍ୟ୍ୟନ୍ତ ଏହି ପ୍ରକୋଷ୍ଠ କାର୍ୟ୍ୟକ୍ଷମ ରହିବ ।ବାତ୍ୟା ପାଇଁ କଂଗ୍ରେସ ଦଳ ପକ୍ଷରୁ ଖୋଲାଯାଇଥିବା ଜରୁରୀକାଳୀନ ସେବା ପ୍ରକୋଷ୍ଠ ପାଇଁ ପଦାଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ମୋବାଇଲ ନମ୍ବର ଜାରି କରାଯାଇଛି । ସାଧାରଣ ଲୋକମାନଙ୍କର ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାର କରି କଂଗ୍ରେସ ଦଳ ପ୍ରଭାବିତ ଲୋକଙ୍କ ସମସ୍ୟାର ନିରାକରଣ ଲାଗି ଯଥାସମ୍ଭବ ସହଯୋଗ କରିବ ।
ଏହି ପ୍ରକୋଷ୍ଠର ସଂଯୋଜକ ଭାବେ ପିସିସି ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ସହସଂଯୋଜକ ଭାବେ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ, ରଵୀଦ୍ର ଆଚାର୍ୟ୍ୟ, ଅଲେଖ ସାମଲ, ମାନସ ଆଚାର୍ୟ୍ୟ ଓ ଲିଙ୍ଗରାଜ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।