ରାଜ୍ୟରେ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

0

(ଭୁବନେଶ୍ୱର): ରାଜ୍ୟରେ ୨୪ ଘଣ୍ଟାରେ ୧୮୩ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୮୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହି ୨ ମୃତକ ସୁନ୍ଦରଗଡ ଓ ବାଲେଶ୍ୱର ଜିଲ୍ଲାର । ତେବେ ବାଲେଶ୍ୱରର ୫୨ ବର୍ଷିୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । ସେ ମଧୁମେୟ ରୋଗରେ ପୀଡିତ ଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲାର ଜଣେ ୩୭ ବର୍ଷିୟ ଯୁବକ ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ୧୮୮୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସେଥିରୁ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗରୁ ହୋଇଛି ।