ଭୁବନେଶ୍ୱର: କ୍ରିିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଠକେଇର । ଆଉ ଜଣେ ଅଭିଯୁକ୍ତ ଗିରଫ କରିଲା କ୍ରାଇମବ୍ରାଞ୍ଚର ଅର୍ଥନୀତି ଅପରାଧ ଶାଖା । ଗିର ହୋଇଥିବା ବ୍ୟକ୍ତ ଜଣଙ୍କ ହେଉଛନ୍ତି ରତ୍ନାକର ପଲେଇ । ସେ ଚିଟଫଣ୍ଡ ସଂସ୍ଥାରେ ପାଇଁ କାମ କରୁଥିଲେ । ସୋସିଆଲ ମିଡିଆରେ ପ୍ରୋମୋଶନ କରୁଥିଲେ । ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ସେହି ଅଭିଯୁକ୍ତ । ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ଇଓଡବ୍ଲୁ ତଥ୍ୟ ସଂଗ୍ରହ କରୁଛି ।