ଚୀନରେ ଭୂମିକମ୍ପର ବଡ଼ ଝଟକା,୧୧ ମୃତ

0

(ଅନୁସ୍ୱୟା)ଭୁବନେଶ୍ୱର: ଚୀନରେ ଭୁକମ୍ପର ଝଟକା । ସୋମବାର ରାତି ଓ ମଙ୍ଗଳବାର ସକାଳୁ ଚୀନର ସିଚୁଆନ ପ୍ରାନ୍ତରେ ଭୂମିକମ୍ପର ଦୁଇଟି ବଡ ଝଟକା ଲାଗିଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି । ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍ସି ଅନୁଯାୟୀ ଭୂମିକମ୍ପର ତିବ୍ରତା ୬.୦ ରହିଥିଲେ । ସିଇଏନ୍ସିର ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ମଙ୍ଗଳବାର ସକାଳୁ ୫.୩ ତିବ୍ରତାର ଭୂମିକମ୍ପ ଦ୍ୱିତୀୟଥର ପାଇଁ ଅନୁଭବ ହୋଇଥିଲା ।

ଲୋକମାନଙ୍କ କହିବା ଅନୁଯାୟୀ, ଭୂମିକମ୍ପର ଅଧଘଣ୍ଟା ପରେ ମଧ୍ୟ ଝଟକା ଅନୁଭବ ହୋଇଥିଲା । ଚେଂଗୁଡୁରେ ପୂର୍ବ ଚେତାବନୀ ପ୍ରଣାଳୀ ଅନୁଯାୟୀ ଭୂମିକମ୍ପ ହେବାର ପାଖାପାଖି ଏକ ମିନିଟ ପୂର୍ବରୁ ହିଁ ଆଲାର୍ମ ବାଜିବା ଆରମ୍ଭ ହୋଇଯାଇଥିଲା । ଠିକ୍ ଏକ ମିନିଟ ପରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା । ଭୂମିକମ୍ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଦମକଳ ବିଭାଗର ୬୩ଟି ଗାଡିଓ ୩୦୨ ଜଣ ଉଦ୍ଧାରକର୍ମୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।