ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି: ଏସଆରସି

0

(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀ ଫୁଲୁଛି । ଫଳରେ ବିପଦ ସଂଙ୍କେତ ଉପରେ ବଂଶଧାରା ନଦୀ ରହିଥିବାରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । କଳାହାଣ୍ଡି ଲାଞ୍ଜିଗଡ଼ରେ ସର୍ବାଧିକ ୩୮୨.୬ମିମି ବର୍ଷା ରେକର୍ଡ଼ ହୋଇଛି। ପ୍ରବଳ ବର୍ଷା କାରଣରୁ ୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନାଗିର,କୋରାପୁଟ,ନବରଙ୍ଗପୁର,ରାୟଗଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସେହିପରି ଗଜପତି ଓ କାଶୀନଗରରେ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଉଛି । ବିଷମ କଟକରେ ତଳିଆ ଅଞ୍ଚଳରେ ୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାମରେ ଓଡ଼୍ରାଫ ଟିମ ଓ ଅଗ୍ନିଶମ ବିଭାଗ ସାମିଲ ଥିବା ଏସଆରସି କହିଛନ୍ତି । କାଲି ସକାଳ ୮ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ତେଣୁ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି ।