ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ୍ କଇଠ ସାହି ଗ୍ରାମର ସଞ୍ଜୟ ପ୍ରଧାନଙ୍କ ବଡ଼ ପୁଅ ବିଦେଶୀ ପ୍ରଧାନ । ସେ ଗୋପବନ୍ଧୁ ଚାରି ଟେବୁଲ୍ ଟ୍ରଷ୍ଟର ଜଣେ ଆଗଧାଡିର ସ୍ବେଚ୍ଛାସେବୀ । ଦିନ ଥିଲା ଯିଏ ଅସହାୟ ଦୁଃଖି ଦରିଦ୍ରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅହରହ ପ୍ରୟାସ କରୁଥିଲେ । ସେ ଆଜି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । କିଛି ଦିନ ପୂର୍ବେ ହଠାତ୍ ଶରୀରରେ କିଛିଟା ଅସୁସ୍ଥ ଅନୁଭବ ହେବାରୁ ତାଙ୍କୁ ସ୍ଥାନୀୟ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନିଆ ଯାଇଥିଲା । ସେଠାରେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ସଦସ୍ୟ ମାନଙ୍କ ସହାୟତାରେ ଚିକିତ୍ସା କାର୍ୟ୍ୟ ତ୍ବରାନ୍ବିତ ହୋଇଥିଲା । କିନ୍ତୁ ଡାକ୍ତରଙ୍କ ବିଦେଶୀଙ୍କୁ ପରୀକ୍ଷା କରିବା ପରେ ସେ ନିମୋନିଆ ରୋଗରେ ଆକ୍ରାନ୍ତ ବୋଲି ପ୍ରକାଶ କରିଥିଲେ । ଏବଂ ଶରୀରର ସ୍ଥିତି ଗମ୍ଭୀର ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ ।
ଫଳରେ ବର୍ତ୍ତମାନ ବିଦେଶୀ ସମ୍ ହସ୍ପିଟାଲ ରେ ଭେଣ୍ଟିଲେଟର ଅଛନ୍ତି। ତାଙ୍କ ଚିକିତ୍ସା ନିମିତ୍ତ ଦୈନିକ ୨୫ ରୁ ୩୦ ହଜାର ଟଙ୍କା ବ୍ୟୟ ହେଉଥିବା ପରିବାର ସଦସ୍ୟ ପ୍ରକାଶ କରିଛନ୍ତି । ବିଦେଶୀ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିତ୍ସା ନିମିତ୍ତ ପରିବାରବର୍ଗ ଅନ୍ୟମାନଙ୍କ ନିକଟରୁ ଅତ୍ୟଧିକ ପରିମାଣର ଟଙ୍କା ଋଣ କରି ସମ୍ପୂର୍ଣ୍ଣ ଭାବେ ନିଜକୁ ଅସହାୟ ମନେ କରୁଛନ୍ତି । ଅପର ପକ୍ଷେ ଆଉ ଋଣ କରିବା ତାଙ୍କ ପକ୍ଷେ ସମ୍ଭବ ମଧ୍ୟ ନୁହେଁ । ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ସଦସ୍ୟ ମାନେ ବେଦେଶୀଙ୍କ ପାଇଁ ସ୍ଵତନ୍ତ୍ର ଭାବେ ପାଣ୍ଠି ସଂଗ୍ରହ କରି ତାଙ୍କ ବାପାଙ୍କୁ ୧୩୦୦୦ ଟଙ୍କା ପ୍ରଦାନ ପ୍ରଦାନ କରିଛନ୍ତି । ଏବଂ ସମସ୍ତ ଓଡ଼ିଶା ବାସୀ ବିଦେଶୀ ଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ବିପଦର ବନ୍ଧୁ କର୍ମକର୍ତ୍ତା ନିବେଦନ କରିଛନ୍ତି ।