ଏଥର ମାତ୍ର ୧୧ ଦିନ ଖରାଛୁଟି: ଜୁନ ୬ରୁ ଜୁନ୍ ୧୬ ପିଲାଙ୍କୁ ମିଳିବ ଛୁଟି

0

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ରୌଦ୍ର ତାପ । ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଗଣଶିକ୍ଷା ବିଭାଗ । ରାଜ୍ୟର ସ୍କୁଲ ଗୁଡ଼ିକ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ତେବେ ଚଳିତ ବର୍ଷ କିନ୍ତୁ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ ସରକାର। ପ୍ରତି ବର୍ଷ ରୌଦ୍ର ତାପକୁ ଦୃଷ୍ଟିରେ ରଖି ୩ ମାସ ହେଉଥିବା ଖରାଛୁଟିକୁ ଚଳିତ ବର୍ଷ କମାଇ ମାତ୍ର ୧୧ ଦିନ ରଖାଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁନ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ମିଳିବ ପିଲାଙ୍କୁ ଖରାଛୁଟି । କରୋନା ମହାମାରୀ କାରଣରୁ ଦୁଇ ବର୍ଷ ଧରି ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀଙ୍କ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି  ନିଆଯାଇଛି। କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଠପଢ଼ା ହେବ ଭରଣା । ମେ’ ୧ତାରିଖରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ହେବ କ୍ଲାସ  ହେବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷେ ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ପ୍ରମୋସନ ହେବ । ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ଲେଖା ପ୍ରକ୍ରିୟା ଶେଷ ହେବ । ସେହିପରି ନବମରୁ ଦଶମ ଶ୍ରେଣୀକୁ ଉନ୍ନୀତ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ଶେଷ ହେବ । ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଦେବେ । ତେବେ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏ ସକାଳ ୬ଟାରୁ ଟା ୯ଟା ଯାଏ ପାଠ ପଢା ହେବ । ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ । ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମିଟିଭ୍ ଟୁ ପରୀକ୍ଷା ଦେଇଥିବେ । ସେମାନଙ୍କର ପରୀକ୍ଷା ଫଳ ମେ ୧୦ ତାରିଖ ମଧ୍ୟରେ ପ୍ରକାଶ କରିବାକୁ କୁହାଯାଇଛି ।