ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ୨୦୨୪ର ଫଳାଫଳ ପ୍ରକାଶ ପାଇଛି

0

ଭୁବନେଶ୍ୱର: ପ୍ରକଶ ପାଇଲା OJEE ରେଜଲ୍ଟ । ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ୨୦୨୪ର ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ ojee.nic.in  ରୁସେମାନଙ୍କର ରେଜଲ୍ଟ ପାଇପାରିବେ । ସମସ୍ତ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ ଓଜେଇଇ କାଉନସେଲିଂ ରେ ଅଂଶଗ୍ରହଣ କରିପାରିବେ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫୬ ହଜାର ୪୭ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଏଥିମଧ୍ୟରୁ ୫୬ ହଜାର ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନରେ ଥିବା ପରୀକ୍ଷାର୍ଥୀ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ ।