ମେ’ ୬ ରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

0

ଭୁବନେଶ୍ୱର :ଆସନ୍ତା ମେ’ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଯୁଗ୍ମ ପ୍ରବେଶିକା ( ଓଜେଇଇ) ପରୀକ୍ଷା । ଏନେଇ ଓଜେଇ ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବାକୁ ଥିବା ବେଳେ ସିବିଟି ମାଧ୍ୟମରେ ପରୀକ୍ଷା ହେବ । ତେବେ ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ । ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ସକାଳ ୮.୩୦ ରୁ ୧୦.୩୦ ପ୍ରଥମ ସିଫ୍ଟ ହୋଇଥିବା ବେଳେ ଦିନ ୧୨ଟା ୩୦ରୁ ୨ଟା ୩୦ ୨ୟ ସିଫ୍ଟ,ଓ ସାଢ଼େ ୪ରୁ ସାଢ଼େ ୬ ତୃତୀୟ ସିଫ୍ଟ ରେ ପରୀକ୍ଷା ଚାଲିବବୋଲି କୁହାଯାଉଛି ।