ଭୁବନେଶ୍ୱର : ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ଵୟନ ଦିଗରେ ନୂଆ କୀର୍ତିମାନ ସ୍ଥାପନ କରିଛି ଓଡ଼ିଶା | ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି | ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ପୁଞ୍ଜିନିବେଶ ପ୍ରସ୍ତାବ ପାଇବାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ପହଞ୍ଚିଛି | ପ୍ରଥମ ତୃତୀୟ ସ୍ଥାନରେ ଥାଇ ବି ଶୀର୍ଷ ରାଜ୍ୟଠାରୁ ଓଡ଼ିଶାର ଅଭିବୃଦ୍ଧି ଆଗୁଆ | ଦୁଇ ସ୍ଥାନରେ ଉତ୍ତର ପ୍ରଦେଶ ଓ ଗୁଜରାଟ ଅଛନ୍ତି। ତେବେ ଓଡ଼ିଶାର ଅଭିବୃଦ୍ଧି ପ୍ରଥମ ଦୁଇ ସ୍ଥାନରେ ଥିବା ଏହି ରାଜ୍ୟମାନଙ୍କ ଠାରୁ ଢ଼େର ଆଗରେ ରହିଛି |
ଓଡ଼ିଶା ପଛକୁ ମହାରାଷ୍ଟ୍ର ୪ର୍ଥ ଏବଂ କର୍ଣ୍ଣାଟକ ୫ମ ସ୍ଥାନରେ ରହିଛନ୍ତି। ୨୦୨୨-୨୩ରେ ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ମହାରାଷ୍ଟ୍ର ଏବଂ କର୍ଣାଟକ ୫୭.୨% (୨୦୧୭୦୦ କୋଟି ଟଙ୍କା) ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ୨୦୨୨ରେ ୧୨.୮% ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିବା ବେଳେ ୨୦୨୩ରେ ୧୬.୨% ପାଇଥିଲା। ସେହିପରି ୨୦୨୨ ଓ ୨୦୨୩ରେ ଗୁଜରାଟ ଯଥାକ୍ରମେ ୧୧.୭% ଏବଂ ୧୪% ପ୍ରସ୍ତାବ ପାଇଥଲା। ତେବେ ଓଡିଶା ୨୦୨୨ରେ ମାତ୍ର ୨୨% ପାଇଥବା ବେଳେ ଚଳିତ ବର୍ଷରେ ୧୧.୮% ପାଇଛି । ମହାରାଷ୍ଟ୍ର ୨୦୨୨ରେ ୧୬୨% ଓ ୨୦୨୩ରେ ୭.୯% ଏବଂ କର୍ଣ୍ଣାଟକ ଯଥାକ୍ରମେ ୬.୯% ଓ ୭.୩% ପୁଞ୍ଜିନିବେଶ ପ୍ରସ୍ତାବ ପାଇଛି। ଶେଷ ୫ ରାଜ୍ୟ ମଧ୍ୟରେ ହରିୟାଣା, ଆସାମ, ପଶ୍ଚିମବଙ୍ଗ, କେରଳ ଏବଂ ଗୋଆ ରହିଛନ୍ତି |