ଖୁବଶୀଘ୍ର ଗଠନ ହୋଇପାରେ ଓଡିଶା ବିଧାନ ପରିଷଦ

0

ପୁଣିଥରେ ଚର୍ଚ୍ଚାରେ ଓଡିଶା ବିଧାନପରିଷଦ ଗଠନ ପ୍ରସଙ୍ଗ । ଖୁବଶୀଘ୍ର ବିଧାନ ପରିଷଦକୁ ଅନୁମୋଦନ ମିଳିପାରେ ବୋଲି କୁହାଯାଇଛି । ଏଥିପାଇଁ ଶୀତ ଅଧିବେଶନରେ ସଂସଦରେ ବଲ୍ ଆଣିପାରନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏନେଇ ଆଲୋଚନା ଶେଷ ହୋଇଥିବା କୁହାଯାଉଛି । ତେବେ ବିଧାନ ପରିଷଦ ପ୍ରସଙ୍ଗ ଉଠିବା ପରେ, ତେଜିଛି ରାଜନୈତିକ ବୟାନବାଜି ।

କେନ୍ଦ୍ରର ମୋଦୀ ସରକାରଙ୍କୁ ସଂସଦରେ ବିଜେଡି ସମର୍ଥନ କରିବା ପରେ, ଓଡିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ଆସନ୍ତା ଶୀତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ଏନେଇ ବିଲ୍ ଆଗତ କରିପାରନ୍ତି । ଉଭୟ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଲେ କେନ୍ଦ୍ର ଭଳି ଦୁଇ ସଭା ବିଶିଷ୍ଟ ଓଡ଼ିଶାର ବୈଧାନିକ ବ୍ୟବସ୍ଥା ହେବ ।

ତେବେ ବିଧାନ ପରିଷଦ ପ୍ରସଙ୍ଗ ଚର୍ଚ୍ଚାକୁ ଫେରିବା ପରେ ତେଜିଛି ରାଜନୈତିକ ବୟାନବାଜି । ଗତ ୫ ବର୍ଷ ହେବ ଓଡ଼ିଶାର ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରୀୟ ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପରେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନ ପରିଷଦ ଗଠନ ସଂକଳ୍ପ ହୋଇ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା । ଏହା ପରେ ସଂସଦ ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯାଇଥିଲା କିନ୍ତୁ ଆଜି ପର୍ୟ୍ୟନ୍ତ ତାହା ଝୁଲି ରହିଛି ।