ମୁମ୍ବାଇ: ମୁମ୍ବାଇର କୋକିଲାବେନ ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ ଅର୍ଥାଇଟିସର ହୋଇଛି ସଫଳ ଅସ୍ତ୍ରୋପଚାର । ତେବେ ଡିସଚାର୍ଜ ହେବା ପରେ ସେ ସିଧା ସଳଖ ଦିଲ୍ଲୀ ଯିବେ । ଦିଲ୍ଲୀ ବାସ ଭବନରେ କିଛି ଦିନ ଆରାମ କରିବେ । ଭୁବନେଶ୍ବର ଆସିଲେ ନେତାମାନଙ୍କର ଭିଡ଼ କାରଣରୁ ସଂକ୍ରମଣର ସମ୍ଭାବନା ରହିଛି । ସେଥିପାଇଁ ଭିଡ଼ରୁ ଟିକେ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି। ଜୁନ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏବେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ।