ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ଓଡିଶାର ଦୀର୍ଘ ବର୍ଷର ସ୍ୱପ୍ନ ସତ ହୋଇଛି । ଏତେ କଫି ବ୍ରାଣ୍ଡ ଭିତରେ ବଜାରକୁ ଆସିଛି ଓଡିଶାର ନିଜସ୍ୱ କଫି ବ୍ରାଣ୍ଡ ‘ କୋରାପୁଟ କଫି ‘ । ଏନେଇ ଆଜି କଫି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପରେ ଖୋଲା ବଜାରକୁ ଆସିଛି ଏହି କୋରାପୁଟ କଫି । ଏହି କଫି ଓଡିଶାକୁ ପୁରା ବିଶ୍ୱରେ ପରିଚିତ କରାଇବା ସହ କୋରାପୁଟର କଫି ଉତ୍ପାଦନ କରୁଥିବା ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି ଜଣାପଡିଛି । ଏହି କଫି ପ୍ରକ୍ରିୟାକରଣ ୟୁନିଟର ଶୁଭାରମ୍ଭ ହୋଇଥିବା ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ଜଣାଇଛନ୍ତି । ଅତିଶୀଘ୍ର ସୁନାବେଡାରେ କଫି କ୍ୟୁରିଂ ୟୁନିଟ ଆରମ୍ଭ ହେବାକୁ ଯାଉଛି । ଏହାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଉଦଘାଟନ କରିଥିଲେ । କୋରାପୁଟର ଏହି ଭୁବନେଶ୍ୱରରେ ଥିବା ଜନଜାତି ଉନ୍ନୟନ ସମବାୟ ନିଗମ କାର୍ଯ୍ୟାଳୟ ପରିସରରେ ଥିବା ଆଦିଶା କାଉଣ୍ଟରରେ ଉପଲବ୍ଧ ଅଛି । ଏହାସହ ଗ୍ରାହକମାନେ ଅମଲାଇନ କ୍ରୟ ପାଇଁ ଆମାଜନରୁ ମଧ୍ୟ ମଗାଇ ପାରିବେ ।