ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କରୋନା ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ସହାୟତା କରିବା ଲାଗି ଆଗେଇ ଆସିଛି ଓଡିଶା-ମୋ ପରିବାର । କରୋନା ସଂକ୍ରମଣ ଓ ଭୟାବହତାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଭୟ କାରଣରୁ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶେଷ କୃତ୍ୟ ପାଇଁ ନା ପରିବାର ବର୍ଗ ନାଁ ଜ୍ଞାନ୍ତିକୁଡୁମ୍ବ ଆଗେଇ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଏହାକୁ ପାଳନ କରିବାକୁ ଆଗେଇ ଆସିଛି ଓଡିଶା ମୋ ପରିବାର ।
ରାଜଧାନୀ ଭୁବନେଶ୍ବରରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଓଡିଶା-ମୋ ପରିବାର ଦ୍ବାରା ସମ୍ପନ୍ନ ହୋଇଛି । ଓଡିଶା-ମୋ ପରିବାର ତରଫରୁ ଚାରିଜଣ ସ୍ବେଚ୍ଛାସେବୀଙ୍କୁ ସଂପୃକ୍ତ ବ୍ୟକ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ଲାଗି ନିୟୋଜିତ କରାଯାଇଥିଲା । ସଂପୃକ୍ତ ସ୍ବେଚ୍ଛାସେବୀମାନେ ମୃତ ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ସମ୍ପନ୍ନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ବାସନା ଦେଇଥିଲେ ।