ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ କେରଳ ଗଲେ ଓଡିଶା ଅଧିକାରୀ

0

ଭୁବନେଶ୍ୱର: ୱାୟନାଡ ଭୂସ୍ଖଳନରେ ଜଣେ ଓଡିଆ ଡାକ୍ତର ମୃତ । ଚୌଦ୍ୱାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର । ଏବେ ବି ନିଖୋଜ ଅଛନ୍ତି ଡାକ୍ତର ସ୍ୱାଧୀନ ପଣ୍ଡା । ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବାନ୍ଧବୀ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।
୨୬ ତାରିଖରେ ଉଭୟ ପରିବାର ବେଙ୍ଗାଲୁର ବୁଲିବାକୁ ଯାଇଥିଲେ । ସେଠାରୁ ୱାୟନାଡ ଯାଇ ଲିନରାଭିଲ୍ଲୋରେ ରହିଥିଲେ । ଏହି ଘଟଣାରେ କେରଳ ସରକାରଙ୍କ ସହ ଯୋଗାଯୋଗ କରାଯାଗ କରିଛନ୍ତି ସରକାର । ଏହା ସହ କେରଳ ଯାଇଛି ଓଡିଶା ଅଧିକାରୀଙ୍କ ଏକ ଟିମ । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଟିମ ଯାଇଥିବା କୁହାଯାଉଛି । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରଶ ପୂଜାରୀ ସୂଚନା ଦେଇଛନ୍ତି ।