କୋଚିଂ ସେଣ୍ଟରକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଙ୍ଘର ଦାବୀ ;ଉଚ୍ଚ ମାଧ୍ୟମିକ ନିର୍ଦେଶକଙ୍କୁ ଭେଟି ଆଲୋଚନା
ଭୁବନେଶ୍ୱର: ରାଜ୍ୟରେ ଛତୁ ଫୁଟିଲା ଭଳି ମାଳ ମାଳ କୋଚିଂ ସେଣ୍ଟର ଖୋଲା ଯାଇଛି । ଯିଏ ଯୋଉଠି ପାଇଲା, ଯେମିତି ଘର ହେଉ, ଯେତେ ପିଲା ଖୁନ୍ଦା ଖୁନ୍ଦି ହୋଇ ପଢନ୍ତୁ, ସୁରକ୍ଷା ବ୍ୟବସ୍ଥା ଥାଉ ନଥାଉ, ସକାଳୁ ରାତି ପର୍ଯ୍ୟନ୍ତ କିଏ ପାଠ ପଢାଉଛି ତାର ଠିକଣା ନାହିଁ । ଏପରି ବେଧଡ଼କ ଭାବେ ପୁରା ଦିନ ଦ୍ବିପ୍ରହରେ ପାଠ ପଢ଼ାକୁ ଏକ ପଣ୍ୟ ଦ୍ରବ୍ୟ ସଦୃଶ କିଣା ବିକା ଚାଲିଛି । ରାଜ୍ୟରେ ଏହି କୋଚିଂ ସେଣ୍ଟର ମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ନିୟମ ନାହିଁ । ପିଲାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ ନମ୍ବର ରଖାଇଦେବାର ଏକ ସୁନେଲି ସ୍ବପ୍ନ ଦେଖାଇ ହଜାର ହଜାର ପିଲାଙ୍କୁ ଆକାଶ, ଆଲେନ, ବଣିକ ଭଳି କିଛି ପ୍ରଚାର ସର୍ବସ୍ବ ନାମକରା କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି । ଭଲ ନମ୍ବର ରଖିଥିବା ଗୋଟିଏ ପିଲାର ଫଟୋକୁ ଵିଜ୍ଞାପନରେ ଶହ ଶହ ଅନୁଷ୍ଠାନ ପ୍ରଚାର ପାଇଁ ବ୍ୟବହାର କରିଥିବାର ନଜିର ମଧ୍ୟ ରହିଛି । ପ୍ରତ୍ୟେକ ଅଭିଭାବକ ନିଜର ପିଲାର କାଳେ ଭଲ ହେବ ଏହି ପ୍ରରୋଚନାରେ ପଡି କୋଚିଂ ସେଣ୍ଟର ମାନଙ୍କ ଶୋଷଣର ଶିକାର ହେଉଥିବା ମାଳ ମାଳ ଅଭିଯୋଗ ଆସୁଛି । ସେହି ସବୁ କୋଚିଂ ସେଣ୍ଟରର ଘରର ପ୍ଲାନ ଶହ ଶହ ପିଲା ବସିବା ଭଳି ହୋଇଛି ନା ନାହିଁ, ପର୍ୟ୍ୟକ୍ଷପ୍ତ ଅଗ୍ନି ନିର୍ବାପକ ସୁବିଧା ଅଛି କି ନାହିଁ, ଯିବା ଆସିବା ପାଇଁ ସିଡ଼ି ଗୁଡିକ କୌଣସି ବିପତି ସମୟରେ ପର୍ଯ୍ୟକ୍ଷପ୍ତ ହେବ କି ନାହିଁ । ପିଇବା ପାଣି, ଟଏଲେଟ, ଲାଇଟ, ପର୍ଯ୍ୟନ୍ତ ବାୟୁ ଚଳାଚଳ, ଆଦି ଯାଞ୍ଚ ହୋଇଛି କି ନାହିଁ ତାହାର କିଛି ଖବର କାହା ପାଖରେ ନାହିଁ । ଯିଏ ଯୋଉଠି ପାଇଲା ଗୋଟେ କୋଚିଂ ସେଣ୍ଟର ଖୋଲି ଦେଲା । ଏପରି ମଧ୍ୟ ନଜିର ଅଛି ଯାବତୀୟ ଜାଲ ସାର୍ଟିଫିକେଟ ମଧ୍ୟ ଏହି ମାଳ ମାଳ କୋଚିଂ ସେଣ୍ଟର ମାନଙ୍କରେ ବେଶି ଉପଲବ୍ଧ । ଯାହା ବଲାଙ୍ଗୀରର ଘଟଣା ସଦ୍ୟତମ ଉଦାହର । ଏହି କୋଚିଂ ସେଣ୍ଟର ଗୁଡିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ୨୦୧୭ ନଭେମ୍ବର ୬ ତାରିଖ ଦିନ ଉଚ୍ଚ ଶିକ୍ଷା ବିଭାଗ ସର୍ବସାଧାରଣଙ୍କ ଠାରୁ ଏ ସଂକ୍ରାନ୍ତରେ ମତାମତ ଗ୍ରହଣ ପାଇଁ ଏକ ଡ୍ରାଫ୍ଟ ବିଲ ଆଣିଥିଲେ । ହେଲେ ପରବର୍ତୀ ସମୟରେ ଆଉ କୌଣସି ପଦକ୍ଷେପ ନିଅ।ଗଲା ନାହିଁ । ଏହି କୋଚିଂ ସେଣ୍ଟର ମାନଙ୍କୁ ରେଜିଷ୍ଟ୍ରେସନ, ଅନୁମୋଦିତ ଭିତିଭୂମି, ପିଲାସଂଖ୍ୟକ୍ଷ ନିର୍ଧାରଣ, କୋର୍ସ ଫି ନିର୍ଦ୍ଧାରଣ, କୋଚିଂ କ୍ଲାସର ସମୟ ନିର୍ଧାରଣ ଆଦି ଏହି ଡ୍ରାଫ୍ଟ ରହିବାର ଥିଲା । ସେପଟେ ଦେଖାଯାଇଛିକି କିଛି ସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧିକାରୀ ସେମାନଙ୍କ ପତ୍ନୀ ଓ ସମ୍ପର୍କୀୟ ମାନଙ୍କ ନାମରେ ବଡ଼ ବଡ଼ କୋଚିଂ ସେଣ୍ଟର ଖୋଲିବାର ଖବର ରହିଛି । ବିଗତ ଦିନରେ ସୁରଟରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କ ମୃତ୍ୟୁ, ଦିଲ୍ଲୀ ରେ ନିକଟରେ ଘଟିଥିବା ସର୍ଟ ସର୍କିଟ ଅଗ୍ନିକାଣ୍ଡ ଆଦି ଆମକୁ ଅନେକ ଶିକ୍ଷା ଦେଇଛି । ଆଗକୁ ଆମ ରାଜ୍ୟରେ ଏଭଳି ଘଟଣାଯେ ନଘଟିବ ସେ କଥା କିଏ କହିବ । ସେପଟେ ରାଜସ୍ଥାନ କୋଟା ରେ ଯେପରି ଦିନକୁ ଦିନ ମେଧାବୀ ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ି ଚାଲିଛି ତାହା ଅଭିଭାବକ ମାନଙ୍କ ନିଦ ହଜାଇ ସାରିଲାଣି । ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ କୋଚିଂ ସେଣ୍ଟରରେ ପାଠ ପଢ଼ା ଓ ଅନ୍ୟାନ୍ୟ ସମସ୍ୟା ତଥା ଶୋଷଣ ପାଇଁ ଅନେକ ଦୁର୍ଘଟଣାର ନଜିର ରହିଛି । ତେଣୁ କୋଚିଂ ସେଣ୍ଟର ମାନଙ୍କୁ ତାଲିକାଭୁକ୍ତ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଆଣି ସରକାର କେତେ ପରିମାଣରେ ଦେୟ ତାହା ନିର୍ଧାରଣ ସହ ଦାୟିତ୍ୱବୋଧ ନିର୍ଧାରଣ କରିବାର ନିହାତି ଆବଶ୍ୟକତା ରହିଛି କ୍ଷ ତେଣୁ ଓଡିଶା ଅଭିଭାବକ ମହାସଂଘ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ଜଣାଇଛି । ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆୟାରଙ୍କୁ ଭେଟି ଆଲୋଚନା କରି ଏହାକୁ ତୁରନ୍ତ ଲାଗୁ କରିବାକୁ କହିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ପ୍ରସନ୍ନ ବିଷୋୟୀ, ସୁବ୍ରତ ସାହୁ, ଅନୁକୂଳ ସାହୁ, କୁଳମଣି ସାହୁ ଯୋଗ ଦେଇଥଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ତୁରନ୍ତ ଏହାକୁ ଆଲଚନା କରି କରିବାକୁ ପ୍ରତିଶୃତି ଦେଇଛନ୍ତି କ୍ଷ ଯଦି ଏହାକୁ ତୁରନ୍ତ ନ କରିବେ ଏହାକୁ ନେଇ ଘେରାଓ କରାଯିବ ବୋଲି ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ କହିଛନ୍ତି ।