ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଓଡ଼ିଶା ପ୍ରଦେଶ ଜେଏମ୍ଏମ୍ ଅଧ୍ୟକ୍ଷ ଶ୍ରୀମତୀ ଅଞଳୀ ସୋରେନ ମାରାଣ୍ଡିଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସଦସ୍ୟତା ଅଭିଯାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡ଼ିଶା ପ୍ରଦେଶ ଦ୍ୱାରା ଆୟୋଜନ କରାଯାଇଛି। ଏହି ସଦସ୍ୟତା ଅଭିଯାନ କାର୍ୟକ୍ରମ ଅଭିଯାନ କାର୍ୟକ୍ରମ କୁ ମୁଖ୍ୟ ଅତିଥି ଶ୍ରୀମତୀ ଅଞଳୀ ସୋରେନ ମାରାଣ୍ଡିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ୟକ୍ରମରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗ,ରାଜ୍ୟ ଉପ ସଭାପତି ଦିଲିପ କୁମାର ଦାସ ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂ ରାଜ୍ୟ ପ୍ରବକ୍ତା ସୁନିଲ ମାଝୀ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସାଲୁ ରାମ କିସ୍କୁ,କେନ୍ଦ୍ରିୟ କମିଟି ସଦସ୍ୟ ପବନ କୁମାର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପୂର୍ବ ଜିଲ୍ଲା ସମ୍ପାଦ ପୃଥୁରାଜ ହାଁସଦା,ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ଆଦରାଣୀ ବେସ୍ରା ମାର୍ଣ୍ଡି,ରାଜେନ୍ଦ୍ର ନାଥ ମାର୍ଣ୍ଡି, ଭୁବନ ଟୁଡୁ,ଏବଂ ଦଳର ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।