ଭୁବନେଶ୍ୱର: ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶା ବାସୀ ଦେଖାଇଛନ୍ତି। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟ ରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର jee ପରୀକ୍ଷା। ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। Aso ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ।ଯଦି ଚାହିବେ ସେମାନେ ଏ ଗୃହରେ ବି ଆସିବେ କହିବେ। ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁ ଥିଲେ ପୂର୍ବ ସରକାର। ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ। ଛାତ୍ରଛାତ୍ରୀ ମାନଙ୍କ ପରିବାର ନିଜ ଦୁଃଖ କୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ। ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟ ଙ୍କ ଭବିଷ୍ୟତକୁ ଆଜିକା ଦିନରେ ଅନ୍ଧାର କୁ ଠେଲି ଦେଇଥିଲେ ପୂର୍ବ ସରକାର। ଯାହା ପାଇଁ ସେମାନେ ବି ସୁଇସାଇଡ କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟରାଜ୍ୟ ପରି ବି ଘଟଣା ଘଟିବାକୁ ଦେବୁ ନାହିଁ। ଏଥିପାଇଁ ଏହି ଆଇନ ଆସିବାର ଆବଶ୍ୟକ ରହିଛି। ଧାରା ୧୨(୧)ରେ ଜେଲ ଯିବା ସହ ଜୋରିମାନା ଦେବେ। ଧାରା ୧୨(୨) ଅନୁଯାୟୀ ତାଙ୍କ ଅନୁଷ୍ଠାନକୁ ବାତିଲ କରିବା ସହ ତାହାକୁ ଜବତ କରାଯିବ। ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସ ରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଯାଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ଥିବା ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛତା ଓ ନିରପେକ୍ଷତା ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ।