ଭାରତ ଶିଳ୍ପ ବିଳ୍ପବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ: ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ

0

ଭୁବନେଶ୍ୱର: ରାଜ୍ୟର ସ୍ଥାୟୀ ଅଭିବୃଦ୍ଧି କୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ଆମେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ କରୁଛି । ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେସ ସହାୟକ ହେବ । ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ । ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗ ଦେବେ ୭୫୦୦ ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜିକରଣ କରିଛନ୍ତି । ୧୬ ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଏସ୍ ଏଲ ମିତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ।  ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ୱେମେନ ଓଡ଼ିଶା ବା ଶୁଭଦ୍ରାରୁ ଶସକ୍ତ ବିଷୟରେ ଆଲୋଚନା ହେବ।  ଜାନୁଆରୀ ୩୦ ରେ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା, ଅନୁ କ୍ଷୁଦ୍ର ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବ । ଭାରତ ର ଶିଳ୍ପ ବିଳ୍ପବ ର ନେତୃତ୍ୱ ନେବା କୁ ଓଡ଼ିଶା ପ୍ରସ୍ତୁତ ।  ୭ ମାସ ମଧ୍ୟରେ ୧୫୯ ଶିଳ୍ପ କୁ ଆମେ ମଞ୍ଜୁରୀ ଦେଇଛୁ । ୨ ଲକ୍ଷ ୭୫ ହଜାର ପୁଞ୍ଜି ନିବେଶ ଆସିଛି ଓଡ଼ିଶା । ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ଏମଓୟୁ  କରିବା ଓ ଗ୍ରାଉଣ୍ଡିଂ କରିବା ଭିନ୍ନ କଥା ଆମେ ଯେତିକି ଏମଓୟୁ  କରିବୁ ଗ୍ରାଉଣ୍ଡିଂ ବି କରିବୁ ଯେଉଁ ଶିଳ୍ପ ଜମି ନେଇ ଶିଳ୍ପ କରି ନାହାନ୍ତି ଆମେ ତାଙ୍କୁ ଚାପ ସୃଷ୍ଟି କରି ଶିଳ୍ପ ପ୍ରତିଷ୍ଠା ଚେଷ୍ଟା କରୁଛୁ । ଯେଉଁମାନେ ଶିଳ୍ପ କରିବେ ନାହିଁ ଆକ୍ସନ ହେବ ।