ଭୁବନେଶ୍ୱର: GST ଆଦାୟରେ ଓଡିଶା ରେକର୍ଡ ସୃଷ୍ଟି କରିଛି । ଗତବର୍ଷ ଜୁନ ମାସରେ ରାଜ୍ୟ ସରକାର ୧୩୮୪ କୋଟି ୫୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରିଥିଲେ । ଜୁନ ମାସରେ ୨୫.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରାଯାଇଛି । ଚଳିତ ବର୍ଷ ଜୁନରେ କିନ୍ତୁ ରାଜ୍ୟ ସରକାର ରେକର୍ଡ ୧୭୩୨ କୋଟି ୪୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି ।ସେହିଭଳି ଆର୍ଥିକ ବର୍ଷ ଆରମ୍ଭରୁ ଜୁନ ସୁଦ୍ଧା ଅର୍ଥାତ ପ୍ରଥମ ତିନି ମାସରେ ରାଜ୍ୟ ସରକାର ଗତ ବର୍ଷ ତୁଳନାରେ ୩୦.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଜିଏସଟି ଆଦାୟରେ ମଧ୍ୟ ୭.୬୫ ପ୍ରତିଶତ ଅଭିବୃଦ୍ଧି ହୋଇଛି । ସେହିପରି ଜୁନ ମାସରେ ଟିକସ ଆଦାୟରେ ମଧ୍ୟ ୧୩.୮୪ପ୍ରତିଶତ ବୃଦ୍ଧି ହୋଇଛି ।