ସରିଲା ଗ୍ରୀଷ୍ମଛୁଟି: ଆଜିଠୁ ଖୋଲିଲା ସ୍କୁଲ,କାଲିଠୁ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ

0

ଭୁବନେଶ୍ୱର: ସରିଲା ଗ୍ରୀଷ୍ମକାଳୀନ ଛୁଟି ।ଆଜିଠୁ ଖୋଲିଲା ସ୍କୁଲ । ଖରାଛୁଟି ଶେଷ ହେବାପରେ ପାଠପଢା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାତ୍ର ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ,ସମ୍ବଲପୁର, ଝାରସୁଗୁଡ଼ା,ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ସମେତ ଅନୁଗୁଳ ଜିଲ୍ଲାପାଳମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ନେଇ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି।ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ସ୍ଥିତିକୁ ଧ୍ୟାନ ଦେଇ ଜିଲ୍ଲାପାଳମାନେ ବିଦ୍ୟାଳୟକୁ ସକାଳୁଆ କରିପାରିବେ କିମ୍ବା ଛୁଟି ବଢାଇ ପାରିବେ।

ଝାରସୁଗୁଡ଼ା, ସମ୍ୱଲପୁର, ବଲାଙ୍ଗୀର ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ୨୧ ପରିବର୍ତ୍ତେ ୨୨ରେ ଖୋଲିବାକୁ ଥିବାବେଳେ ଉକ୍ତ ଜିଲ୍ଲାଗୁଡିକରେ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ।ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ପାଠପଢ଼଼ା ହେବ। ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ ବୋଲି ଜଣାପଡ଼ିଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲଗୁଡ଼ିକ ୨୩ ତାରିଖରେ ଖୋଲିବ। ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏଁ ସ୍କୁଲ ଚାଲିବ। ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ ବୋଲି କୁହାଯାଇଛି।ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ମଧ୍ୟ ୨୩ ତାରିଖରେ ଖୋଲିବ ସ୍କୁଲ। ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ପାଠପଢ଼଼ା ହେବ। ତେବେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ। ଏ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।