୨୦୨୦,୨୧ ଏବଂ ୨୨ ପାଇଁ ଆଜି ଓଡିଶା ରାଜ୍ୟ ଚଳଚିତ୍ର ପୁରଷ୍କାର ଘୋଷିତ ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତିନିବର୍ଷ ପାଇଁ ରାଜ୍ୟ ଚଳଚିତ୍ର ପୁରଷ୍କାର ଘୋଷଣା କରିଛନ୍ତି । ୨୦୨୦ରେ ଚଳଚିତ୍ର ରଘୁ ସର୍ଦ୍ଦାର,୨୦୨୧ରେ ପ୍ରତୀକ୍ଷା ଓ ଡାଲଚିନି, ଏବଂ ୨୦୨୨ ରେ ଦମନ ଶ୍ରେଷ୍ଠ ଚଳିଚିତ୍ର ଭାବେ ବିବେଚିତ ହୋଇଛି । ସେହିକ୍ରମରେ ୨୦୨୦ରେ ଦେବାଶିଷ ପାତ୍ର ୨୧ରେ ଅଙ୍କିତ କୁମାର ଓ ଦୀପନ୍ୱତ ଦାସ ଶ୍ରେଷ୍ଠ ନାୟକ ଏବଂ ୨୦୨୨ରେ ବଲିଉଡ ସୁପରଷ୍ଟାର କୁହାଯାଉଥିବା ବବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ଭାବେ ବିବେଚିତ ହୋଇଛନ୍ତି । ଜୀବନ ବ୍ୟାପି ସାଧନା ପାଇଁ ଏହି ୩ ଜଣ ଅଭିନେତାଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ମିଳିବା ପାଇଂଁ ଯାଉଛି । ସେହିପରି ୨୦୨୦ ପାଇଁ ଅନନ୍ତ ମହାପାତ୍ର୨୧ ପାଇଁ ଶ୍ରନିବାସ ମହାପାତ୍ର ପାଇବେ ପୁରଷ୍କାର । ୨୦୨୦ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପୁରଷ୍କୃତ ହେବେ ।