ଶିଳ୍ପର ମହାକୁମ୍ଭ ହେବ ଓଡିଶା। ଯାହାକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। କାର୍ୟ୍ୟକ୍ରମ ପୂର୍ବରୁ ଆଜି ଉଓଓ ସମ୍ମିଳନୀ ହୋଇଛି। ଓଡିଶା ଶିଳ୍ପ ହବ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତକର୍ଷ ଓଡିଶା ମେକ ଇନ୍ ଓଡିଶା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ଏବଂ ଇଛା ଶକ୍ତି ଓଡିଶା ପାଇଁ ଅଧିକ ରହିଛି। ଆମେ ପାଖା ପାଖି ୩ ଲକ୍ଷ କୋଟି ଟଙ୍କାର ଐଖଉଇ ପୁର୍ବରୁ ଅନୁମୋଦନ କରିଛୁ। ଦେଶ, ବିଦେଶରୁ ଓଡିଶା ଭିତରୁ ଅନେକ ଇଂଭେଷ୍ଟର ଗ୍ରୀନ ସିଗନାଲ ଦେଉଛନ୍ତି। ଆସନ୍ତାକାଲି ଗଙଟ ସାଇନ୍ ହେବ। ୨୯ରେ ମଧ୍ୟ ଏକ ଗଙଟ ସାଇଁନ୍ ହେବ। ଭାରତର ବିକାଶ ମୁଖ୍ୟ ଧାରା ହେବ ଓଡିଶା। ଉତକର୍ଷ ଓଡିଶା ପାଇଁ ଆମେ ୫ ଲକ୍ଷ କୋଟି ଟଙ୍କାର ଆଶା ରଖିଥିଲୁ କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢିଛି। ଏଥିରେ ଶିଳ୍ପର ବିପ୍ଳବ ହେବ ବଡ଼ ଆକାଂକ୍ଷା ରହିଛି।