(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା । ପଶ୍ଚିମବଙ୍ଗ ସହ ରସଗୋଲାକୁ ନେଇ ଓଡିଶାର ଲଢେଇରେ ଓଡିଶାକୁ ମିଳିଲା ବିଜୟ । ଭାରତ ସରକାର ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ରସଗୋଲା ଓଡିଶାର ବୋଲି ସାବ୍ୟସ୍ତ ହେଲା ।
ରସଗୋଲା ପଶ୍ଚିମ ବଙ୍ଗର ବୋଲି ମମତା ବାନାର୍ଜୀ ଦାବି କରି ଆସୁଥିଲେ ଓ ପୂର୍ବରୁ ଜିଆଇ ପଶ୍ଚିମ ବଙ୍ଗ ସପକ୍ଷରେ ଯାଇଥିଲା । ଓଡିଶାର ବିରୋଧ ପରେ ରସଗୋଲା ତିଆରି ପ୍ରଣାଳୀ ମଗାଯିବା ସହ ଏଥିସମ୍ବନ୍ଧିତ ଅଧିକ ପ୍ରମାଣ ଉପସ୍ଥାପନ କରିବାକୁ କୁହାଯାଇଥିଲା । ଶେଷରେ ଏହି ଲଢେଇରେ ଓଡିଶା ବିଜୟ ଲାଭ କରିଛି । ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲୀଷ୍ଠ ଏହି ମିଠାକୁ ଜିଆଇ ମୋହର ଲାଗିଛି । ଏହାକୁ ନେଇ ଓଡିଶାବାସୀ ଗର୍ବ ଅନୁଭବ କରିଛନ୍ତି ।