ହକିରେ ଓଡିଶା ହାତେଇଛି ୨ ପଦକ

ଖେଲୋ ଇଣ୍ଡିଆରେ ବାଳିକା ରୈାପ୍ୟ ଓ ବାଳକ କାଂସ୍ୟ ପଦକ ହାସଲ

0

ଓଡ଼ିଶା:ହରିୟାନା ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବାଳକ ଏବଂ ବାଳିକା ହକିଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦର ରେ ଭବ୍ୟ ସ୍ୱାଗତ କର।ଯାଇଛି । ଏହି ଖେଳରେ ଗତ ଶୁକ୍ରବାର ଓଡ଼ିଶାକୁ ଆଉ ୨ ପଦକ ମିଳିଛି। ଏହି ଦୁଇ ପଦକ ହକିରୁ ଆସିଛି। ମହିଳା ହକି ଦଳ ରୌପ୍ୟ ଏବଂ ପୁରୁଷ ଦଳ କାଂସ୍ୟ ପଦକ ଜିତିଥିଲେ।ଫାଇନାଲରେ  ମହିଳା ଦଳ ୧-୪ ଗୋଲରେ ଆୟୋଜକ ହରିୟାଣାଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ତେବେ ପୁରୁଷ ଦଳ ତୃତୀୟ ସ୍ଥାନ ମୁକାବିଲାରେ ଝାଡ଼ଖଣ୍ଡକୁ ୮-୦ ଗୋଲରେ ହରାଇ କାଂସ୍ୟ ପଦକ କରାୟତ୍ତ କରିଥିଲେ । ଝାଡ଼ଖଣ୍ଡଠୁ ଲିଗ୍ ପର୍ୟ୍ୟାୟରେ ୧-୦ରେ ହାରିଥିବା ଓଡ଼ିଶା ଏହି ବିଜୟ ସହ ମଧୁର ପ୍ରତିଶୋଧ ନେଇଛି। ଆଜିର ଦୁଇ ପଦକ ହାସଲ ପରେ ଓଡ଼ିଶା ଏପର୍ୟ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ ସମେତ ମୋଟ ୭ ପଦକ ହାସଲ କରିସାରିଛି। ଏହା ପୂର୍ବରୁ ଭାରୋତ୍ତୋଳନରେ କୁଲଦୀପ ସାହୁ ଏବଂ ପୁନିତ ଚନ୍ଦ୍ର ସାହୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ୨୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା ରୌପ୍ୟ ଏବଂ ଏ ଗ୍ରାସେସନ ଜୀଭା ପୁରୁଷ ୧୧୦ ମିଟର ବାଧାଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ଲମ୍ବ ଡିଆଁରେ ସବିତା ଟପ୍ପୋ କାଂସ୍ୟ ପଦକ କରାୟତ କରିଛନ୍ତି।