ଭୁବନେଶ୍ୱର: ଓଡିଶାର ପ୍ରଥମ ମହିଳା ଆଇ ଏ ଏସ ରୂପା ମିଶ୍ର । ୧୯୭୭ ଜୁନ ୯ ତାରିଖରେ ଅନୁଗୁଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ଚେଷ୍ଟାରେ ୨୦୦୩ ମସିହାରେ ସିଭିଲସରଭିସ ପରୀକ୍ଷାରେ ଉତ୍ତିନ୍ନ ହୋଇଥିଲେ ରୂପା ମିଶ୍ର । ତାଙ୍କ ଉପଲବ୍ଧି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ଦାୟୀ । ଆଉ ୨୦୦୩ ମସିହାରେ ତାଙ୍କର ସେହି ସଫଳତା ଆଜିର ଯୁବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।
ତେବେ ଅନୁଗୁଳ ଜିଲ୍ଲାରୁ ଜନ୍ମ ଗ୍ରହଣ କରିଥିବା ଆଇଏଏସ ରୂପା ମିଶ୍ର ରେଭନ୍ସା ମହାବିଦ୍ୟାଳରୁ +୨ ବିଜ୍ଞାନରେ ପାଠ ପଢିଥିବା ବେଳେ ବିଜେପି କଲେଜରେ ବାଣିଜ୍ୟରେ ସେ ସ୍ନାତକ କରିଛନ୍ତି । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଏମବିଏ ହାସଲ କରିଛନ୍ତି । ଆଇ ଆଇ ଏମ କୋଲତାରୁ ପିଏଚଡିଏମ ପାସ କରିଛନ୍ତି ରୂପା ମିଶ୍ର । ପଢି ସାରିବା ପରେ ଦୁରଦର୍ଶନରେ ସେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ଏହା ପରେ ସେ ଡିଡିସିଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।
ପରେ ସେ ୨୦୦୩ରେ ଟପର ହେବା ପରେ ପ୍ରଶାସନିକ ସେବାରେ ନିୟୋଜିତ ହୋଇଥିଲେ । ଏହାପରେ ସେ ୨୦୦୬ ମସିହାରେ ଖୋର୍ଦ୍ଧାର ଉପ ଜିଲ୍ଲାପାଳ ଭାବରେ ମଧ୍ୟ ଦାଇତ୍ୱ ତୁଲାଇ ଥିଲେ । ଏବଂ ୨୦୦୮ରେ ଗୃହ ବିଭାଗର ଉପ ସଚିବ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ ।
ପରେ ନବରଙ୍ଗପୁର ଓ କଳାହାଣ୍ଡିର ଜିଲ୍ଲାପାଳ ଭାବରେ କାର୍ଯ୍ୟ ମଧ୍ୟ କରିଛନ୍ତି । ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ତେବେ କୁହାଯାଏ ସେ ରୂପା ମିଶ୍ରଙ୍କ ବାପା ମଧ୍ୟ ଜଣେ ଆଇଏସ ଅଧିକାରୀ ଥିଲେ । ଆଇଏଏସ ରୂପା ମିଶ୍ର ମଧ୍ୟ ଓଡିଶୀ ନୃତ୍ୟରେ ବେସ ନିପୂଣ ଥିବା କୁହାଯାଉଛି ।