ବ୍ୟାଟସ୍ ଆଇଲ୍ୟାଣ୍ଡ୍

0

ସମ୍ବଲପୁର: ‘ବାଦୁଡ଼ି ଦ୍ୱୀପ’ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଛି ଏହି ବାଦୁଡ଼ି ଦ୍ୱୀପ। ଏବେ ଏହି ଦ୍ୱୀପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଦ୍ୱୀପର ଗୋଟିଏ ପଟେ ବହୁ ସଂଖ୍ୟାରେ ବାଦୁଡ଼ି ରହୁଥିବା ବେଳେ ଅନ୍ୟ ପଟେ କିଛି ମତ୍ସ୍ୟଜୀବୀ ନିଜ ପରିବାର ସହିତ ରହୁଛନ୍ତି । ବାଦୁଡ଼ି ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ରହିଛି ଅତୁଟ ବନ୍ଧୁତା।

ପରିବେଶ ପର୍ଯ୍ୟଟନ ଚାହିଦାକୁ ଦୃଷ୍ଟିରେ ରଖି ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ପ୍ରକୃତି ନିବାସ (ନେଚର୍ କ୍ୟାମ୍ପ୍‌)। ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏଠାକୁ ଯିବା ପାଇଁ ହେଲେ ହୀରାକୁଦ ଜଳଭଣ୍ଡାରରୁ ବୋଟ୍‌ ‌‌ଯୋଗେ ପାଖାପାଖି ୩ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ। ଦ୍ୱୀପରେ ରହୁଛନ୍ତି ଏକ ବିରଳ ପ୍ରଜାତିର ବାଦୁଡି ଯାହାକି ସାଧାରଣ ବାଦୁଡିଙ୍କଠୁ ଆକାରରେ ବଡ । ଦ୍ୱୀପରେ ଥିବା ପ୍ରତ୍ୟକ ଗଛରେ ଝୁଲି ରହିଛନ୍ତି ବାଦୁଡି । ଏମାନେ କେବଳ ଜଙ୍ଗଲି ଫଳ ଖାଇ ରହିଥାନ୍ତି ।

Odisha's Hidden Gem, Bat Island To Be Developed As Bustling Eco-Tourism Hub

ଦୁଇ ହେକ୍ଟର ଜମି ବିଶିଷ୍ଟ ଏହି ଛୋଟ ଦ୍ୱୀପରେ ବାଦୁଡିଙ୍କ ସହ ରହୁଛନ୍ତି ୭ଟି ପରିବାର। ମାଛମାରି ଜୀବିକା ନିର୍ବାହ କରୁଥିବା ଏହି ପରିବାର ବହୁ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ପାହାଡ଼ଶ୍ରୀଗିଡ଼ା ପଞ୍ଚାୟତ ଅଞ୍ଚଳର ଏମାନେ ମୂଳ ନିବାସୀ। ଛୋଟ ପିଲାମାନଙ୍କୁ ପଢ଼ାପଢ଼ି ପାଇଁ ସେମାନେ ଗାଁରେ ରହୁଥିବା ସଂପର୍କୀୟମାନଙ୍କ ପାଖରେ ଛାଡ଼ି ଦେଇଥିବା ବେଳେ ଚାରିପଟେ ବହୁ ଦୂର ପର୍ଯ୍ୟନ୍ତ ପାଣି ଘେରି ରହିଥିବା ଏହି ଦ୍ୱୀପରେ ବିତୁଛି ସେମାନଙ୍କ ଜୀବନ। ଆଗରୁ ଏହି ଦ୍ୱୀପକୁ ସ୍ଥାନୀୟ ଭାଷାରେ ‘ହାଡ଼ଖାଇ ଟାପୁ’ କୁହାଯାଉଥିଲା।

Kalong Island review ~ Komodo Islands, Indonesia | 2021

ତେବେ, ବାଦୁଡ଼ି ଦେଖିବା ପାଇଁ ଯାଉଥିବା ପର୍ଯ୍ୟଟକମାନେ ଏଠାରେ ହୀରାକୁଦ ଜଳଭଣ୍ଡାରର ବିଭିନ୍ନ ପ୍ରଜାତିର ସ୍ୱାଦିଷ୍ଠ ମାଛଭଜାର ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ଆଗମନ ଯୋଗୁ ସେମାନଙ୍କ ରୋଜଗାର ବି କେତେକାଂଶରେ ବଢୁଛି ।