(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ଓଡିଶାର କୃଷି ଭବନକୁ ମିଳିଛି ଆର୍ନ୍ତଜାତୀୟ ମର୍ଯ୍ୟାଦା । ଏହି ଆଧାରରେ କୃଷି ଭବନର ସ୍ତାପତ୍ୟକୁ ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ତରଫରୁ ପ୍ରଦାନ କରାଯାଉଥିବା ଡିଜେନ ପୁରସ୍କାର-୨୦୨୦ ପାଇଁ ଚୁଡାନ୍ତ ତାଲିକାରେ ତାଲିକାଭୁକ୍ତ କରାଯାଇଛି । ତେବେ ଓଡିଶାର କୃଷି ଭବନ ଲୋକପ୍ରିୟତା ହାସଲ କରିବା ସହିତ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ ବା ସର୍ବସାଧାରଣ ଅଟ୍ଟାଳିକାରେ ସ୍ଥାନ ପାଇଛି ।
ଓଡିଶାର କୃଷି ଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ୍ ପକ୍ଷରୁ ଡିଜାଇନ଼ କରାଯାଇଛି । ଏହି କୋଠାରେ ନିର୍ମିତ ଡିଜାଇନ ଓଡିଶାର କଳାକୁ ପ୍ରଦର୍ଶିତ କରୁଛି । ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ଏହାକୁ ନିର୍ମାଣ କରାଯାଇଛି । ତେବେ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟକଳାର ଏକ ଅପୁର୍ବ ସ୍ଥାପତ୍ୟ ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି । ଖାଲି ଏବେ ନୁହେଁ ଏହା ପୁର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକା ମାନଙ୍କରେ ମଧ୍ୟ ସ୍ଥାନ ପାଇସାରିଛି । ସେଥି ମଧ୍ୟରୁ କିଛି ପ୍ରମୁଖ ପତ୍ରିକା ହେଲା ଫୋବର୍ସ, ଆର୍କଡେଲି, ଆର୍କିଟେକଚରାଲ ରେକର୍ଡ ଆଦିରେ କୃଷି ଭବନ ସ୍ଥାନ ଗ୍ରହଣ କରିସାରିଛି ।