(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କାର୍ଯ୍ୟାଳୟରେ କାମର ଚାପ ଆଜିକାଲି ଅଧିକ । ବେଳେ ବେଳେ କାମ ସରେନାହିଁ । ପର ଦିନକୁ ରହେ । ଚାପ ବଢେ । ଏ ପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଫିସ କାମକୁ କେହି କେହି ଘରେ କରନ୍ତି । ଏଥିପ୍ରତି ଦୃଷ୍ଟି ଦୃଷ୍ଟେି ଦେଲେ ନିର୍ଦ୍ଦାରିତ ସମୟରେ ସୁରୁଖୁରୁରେ କାମ ସରିଯିବ ଓ ହାଲୁକା ଲାଗିବ । ଘରେ ଏଠି ସେଠି ବସି ଅଫିସ କାମ କରନ୍ତୁନାହିଁ । ଫାଇଲ ତଥା ଅନ୍ୟ କାଗଜପତ୍ର ଘରେ ରଖିବାକୁ ପଡ଼ୁଥିଲେ ଶୋଇବା ଘରେ ବା ଖାଇବା ଟେବୁଲ ଉପରେ ରଖନ୍ତୁନାହିଁ । ଆଲମାରିରେ ସାଇତିରଖନ୍ତୁ । କୋଳରେ ଲାପଟପ୍ ରଖି କାମ କରନ୍ତୁନାହିଁ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ବଢେ । କୋଠରିରେ ଅଧିକ ଚେୟାର ପକାନ୍ତୁନାହିଁ । ଏହା ଦ୍ୱାରା ଭିଡ଼ ଜମିବା ସହ କାମରେ ବାଧା ସୃଷ୍ଟି ହୁଏ । କୋଠରିକୁ ସାମାନ୍ୟ ସଜାନ୍ତୁ । ପରଦା ଟାଙ୍ଗନ୍ତୁ । ଝରକା ପାଖରେ ଫୁଲ କୁଣ୍ଡ ରଖନ୍ତୁ । କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ରଖନ୍ତୁ । ଜଣେ ସହଯୋଗୀ ରଖିପାରିଲେ ଛୋଟ ଛୋଟ କାମରେ ନିଜକୁ ବାରମ୍ବାର ଉଠିବାକୁ ପଡ଼ିବ ନାହିଁ ।