୪ ମାସ ଆଗରୁ ବିଦା ହୋଇଛନ୍ତି ଅଫିସର ସାଗରିକା

0

ଭୁବନେଶ୍ୱର; ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ।  ୪ ମାସ ଆଗରୁ ବିଦା ହୋଇଛନ୍ତି ଅଫିସର ସାଗରିକା ।  ବିଜେଡି ଶାସନକାଳରେ ପାୱାରଫୁଲ ଥିଲେ କୁଆଡେ ସାଗରିକା । ଏବେ କିନ୍ତୁ ପାୱାର କଣ ମ୍ୟାଡମ ୪ ମାସ ଆଗରୁ ବିଦା ହୋଇଛନ୍ତି । ୧୯୯୯ ବ୍ୟାଚ ଇଣ୍ଡିଆ ରେଲୱେ ପର୍ସନାଲ ସର୍ଭିସ ,(ଆଇଆରପିଏସ )ଅଫିସର ସାଗରିକା ପଟ୍ଟନାୟକଙ୍କ ଡେପୁଟେସନ ଅବଧିକୁ କାଂଟଛାଂଟ କରି କେନ୍ଦ୍ର ସରକାର ୪ମାସ ଆଗରୁ ଫେରାଇ ନେଇଛନ୍ତି ।  ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଏପ୍ରିଲ ୨୨ ତାରିଖରେ ଶେଷ ହୋଇଥାନ୍ତା ।  ରାଜ୍ୟରେ ବିଜେପି ସରକାର ଆସିବା ପରେ  ସାଗରିକାଙ୍କ ନାଁ ବିଭିନ୍ନ ଅଭିଯୋଗ ଆସିଥିଲା ।

 

ଏଥିପାଇଁ ସରକାର ତାଙ୍କୁ ଫେରାଇ ନେବା ପାଇଁ କେନ୍ଦ୍ର ସରକାରଙ୍କୁ  ଚିଠିଲେଖିଥିବା ଜଣାପଡିଛି । ୨୦୦୧ ସେପ୍ଟେମ୍ବର ମାସରେ ଓଡିଶା ସରକାରରେ ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେଇଥିଲେ ।   ମାଥିଭାଥାନନ୍  ବିଭାଗର ସଚିବ ଥିଲେ ବି  ୨୦୨୨ ମସିହା ପରଠାରୁ ବିଜେଡି ସରକାରର କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସାଗରିକାଙ୍କ ନିଷ୍ପତି ଚୂଡାନ୍ତ ଥିଲା ବୋଲି ଚର୍ଚ୍ଚା ହେଉଥିଲା ।  ରାଜ୍ୟରେ ପାଣ୍ଡିଆନ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବାପରେ ତତକାଳୀନ ରାଜ୍ୟ ସରକାର ୨୦୨୧ ଜୁନ ମାସରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସାଗରିକାଙ୍କୁ ଡେପୁଟେସନରେ ପଠାଇବା ପାଇଁ ଅନୁରୋଧ କରିଥିଲେ ।  ଆଉ ରାଜ୍ୟର ଅନୁରୋଧ କ୍ରମେ ସାଗରିକାଙ୍କୁ ଓଡିଶା ପଠାଇଥିଲେ କେନ୍ଦ୍ରସରକାର ।  ସେପଟେ ପାଣ୍ଡିଆନ ଦିଲ୍ଲୀରେ ରହି ଆଇଏଏସ ପାଇଁ ପ୍ରସ୍ତୁତ କରିବା ବେଳେ ସାଗରିକାଙ୍କ ପରିଚୟ ହୋଇଥିଲା ବୋଲି ଚର୍ଚ୍ଚା ଜୋର ଧରିଛି ।

 

ସାଗରିକାଙ୍କ ସହ ପାଣ୍ଡିଆନ ମଧ୍ୟ ୧୯୯୯ ମସିହାରେ ଇଣ୍ଡିଆ ରେଲୱେ ସର୍ଭିସ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ପାଣ୍ଡିଆନ ଇଣ୍ଡିଆ ରେଲୱେ ସର୍ଭିସରେ ନଯାଇ ପୁଣିଥରେ ପରୀକ୍ଷା ଦେଇ ଆଇଏଏସ ପାଇଥିଲେ ।